ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ ଟିପିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଭାଷା ସାହିତ୍ୟ ଓ ସୃଜନଶୀଳତା ର ଉତ୍ସଵ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଵରିଷ୍ଟ ଶିକ୍ଷକ ଘନଶ୍ୟାମ ସା ଙ୍କ ସଭାପତିତ୍ବରେ ଏକ ସଭାରେ ଵୋର୍ଡର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଅଵସର ପ୍ରାପ୍ତ ଶିକ୍ଷକ ଦେଵେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ସମାଜ ସେବୀ ରାଜେଶ ପଟ୍ଟନାୟକ ସମ୍ମାନତ ଅତିଥି ଭାବରେ ଯୋଗଦେଇ ଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର କରାଯାଇଥିଲା।

ଜୈବ ବିବିଧତା ରେ ନରେଶ ନାଏକ, ଚନ୍ଦ୍ର ଧ୍ଵଜ ନାଏକ,ଭୁପେନ୍ଦ୍ର ତାଣ୍ଡି, ଖାଦ୍ୟ ପ୍ରକଳ୍ପ ରେ ହିମାଗିନି ମାଝୀ, ସାବିତ୍ରୀ ପଣ୍ଡା,କାମଶ୍ଵରୀ ତାଣ୍ଡି,ଭାଷା ଓ ସାହିତ୍ୟରେ ମନଥ ଭଇଶାଲ ମୁକେଶ ମାଝୀ,କ୍ଷୀରସୀନ୍ଦୁ ନାଏକ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିଲେ ବିଜ୍ଞାନ ଶିକ୍ଷକ ନିରଞ୍ଜନ ମୁଦୁଲି, ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷକ କୃଷ୍ଣ ଚନ୍ଦ୍ର ପୁଷ୍ଟି ସ୍ଵାଗତ ଭାଷଣ ଦେଇଥିଲେ । ଶୋଷ ରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।