ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ସ୍କାଉଡ଼ ଗାଇଡ଼ସ ଆନୁକୂଲ୍ୟରେ ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚତୁର୍ଥ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପରି ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ,୮ ନଂ ଜୋନ ଜିଲ୍ଲା ପରିଷଦ ତlରlମଣୀ ପ୍ରଧାନ,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ଆନନ୍ଦ କୁମାର ବେହେରା ଜିଲ୍ଲା ସ୍କାଉଟ ଗାଇଡ଼ ସମ୍ପାଦଜ, ମୃତ୍ୟୁଞ୍ଜୟ ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଉପରେ ଛାତ୍ର ଛାତ୍ରୀ ଙ୍କୁ ଆଲୋକ ପାତ କରିଥିଲେ l

ମଞ୍ଚାସିନ ଅଥିତି ଙ୍କୁ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ଓ ଉପ ଢୌକନ ଓ ବେଚ ପ୍ରଧାନ ପରି ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆଜିଠୁ ତିନିଦିନ ଧରି ଚାଲୁ ରହିବ ବୋଲି ଜିଲ୍ଲା ସ୍କାଉଡ଼ ଗାଇଡ଼ ସମ୍ପାଦଜ ସୂଚନା ଦେଉଛନ୍ତି l ଏହି ସଭାକାର୍ଯ୍ୟ କୁ ସ୍କାଉଟ ଗାଇଡ଼ ମାଷ୍ଟର ବନମାଳି ମେହେର ପରିଚାଳନା ଅତିଥି ପରିଚୟ ସହିତ ପରିଚାଳନା କରିଥିଲେ l ଏହି ଜିଲ୍ଲା ଭାରତ ସ୍ତରୀୟ ସ୍କାଉଡ଼ ଗାଇଡ଼ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାର ୬୧ ଟି ଉଚ୍ଚ ବିଦ୍ୟାଳୟ ର ୪୦୨ ଜଣ ଛାତ୍ର ଛାତ୍ରୀ ଭଗନେବେ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ସୂଚନା ଦେଇଛନ୍ତି l

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସେବା। ସେବା କୁ ନେଇ ଅତିଥି ମାନେ ଉଦବୋଧନ ଦେଇଥିଲେ। ଉଦ୍ଘାଟନ ଦିବସରେ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି ଓ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ମଞ୍ଚ କାର୍ଯ୍ୟ କୁ ସମାପନ କରିଥିଲେ l ମଞ୍ଚ କାର୍ଯ୍ୟ ପରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l