ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ସାହିତ୍ୟ ସୃଜନୀ,ଜିଜ୍ଞ୍ୟାସା, କ୍ରୀଡାଙ୍ଗାନା ଓକୌଶଳି ଆନୁକୂଲ୍ୟରେ କୁଶଙ୍ଗ ହାଇସ୍କୁଲ ଠାରେ ଭାଷା ସାହିତ୍ୟ ଓ ସୃଜନଶିଳତା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି ଆଜି l ଉକ୍ତ ଉତ୍ସବ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମଣ୍ଡଳ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ବିଦ୍ୟାଳୟ ର ଆଲୁମିନି କମିଟିର ସଭାପତି ବୈକୁଣ୍ଠ ଦନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଉତ୍ସବ ର ମୁଖ୍ୟ ଉଦେଶ୍ୟ ଉପରେ ଛାତ୍ର ଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ l

ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ଅଭୟ କୁମାର ଭୋକ୍ତା, ସହକାରୀ ଶିକ୍ଷକ ସିଦ୍ଧେଶ୍ବର ବେହେରା ମଞ୍ଚାସିନ ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଉପସ୍ଥିତ ଅତିଥି ମାନଙ୍କ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ କରି ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା l

ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଅଭିଜିତ ପଣ୍ଡା, ବୀରେନ୍ଦ୍ର କୁମାର ଜେନା, ଦେବାଶିଷ ପଟ୍ଟନାୟକ, ଉମାକାନ୍ତ ରାଉତ, ବିକାଶ କୁମାର ପାଣ୍ଡେ, ଶିକ୍ଷୟିତ୍ରୀ ସୁନିତା ସେଠି, ସୃତି ନିହାରିକା ଶତପଥି, ସୁଶ୍ରୀ ସଂଗୀତl ଜେନା,କର୍ମଚାରୀ ସୁଧାଂଶୁ ଶେଖର ଦଳାଇ, ଗିରିଶ ଚନ୍ଦ୍ର, ନର୍ମଦା ସେଠି, ସହିତ ସ୍କୁଲ କମିଟି, ଅଭିଭାବକ, ଅଭିଭାବିକା,ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l