ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡସ। ଏହି ପ୍ଲେ ସ୍କୁଲରେ ଛୋଟ ଛୁଆ ମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ। ଦୀର୍ଘ ଦଶ ବର୍ଷ ହେଲା ସହରର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ପସନ୍ଦିଦା ସ୍କୁଲରେ ପରିଣତ ହୋଇସାରିଲାଣି। ଚଳିତ ବର୍ଷ ଏହି ସ୍କୁଲର ୧୧ ତମ ବାର୍ଷିକୋତ୍ସବ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ସ୍କୁଲର ମୁଖ୍ୟ ପରିଚାଳକ ଶ୍ରୀ ଫେଜ ମହମ୍ମଦ ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ ଯୋଗ ଦେଇଥିବା ବେଳେ ସ୍କୁଲର କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀମତି ସଙ୍ଗୀତା ଅଗ୍ରୱାଲ, ମହମ୍ମଦ ତୋସିଫ, ତାପସ ଚୌଧୁରୀ, ସୁବିର ଚେଟର୍ଜି, ଖୁସବୁ ଜୈନ, ଆଶିଷ ଅଗ୍ରୱାଲ, ଆନନ୍ଦ ଜୈନ ପ୍ରମୁଖ ମଞ୍ଚାଷିନ ଥିଲେ। ଏହି ଅବସରରେ ଏହି ପ୍ଲେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ବାର୍ଷିୋକୋତ୍ସବ ପାଳନ ଅବସରରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସହ ପଢୁଥିବା ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ବହୁତ ସଂଖ୍ୟାରେ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ଏହି ଉତ୍ସବକୁ ଆୟୋଜନ କରାଇବାରେ ସ୍କୁଲର କରିକୁଲମ୍ ମୁଖ୍ୟ ଶ୍ରୀମତି ସମିନା ଖାଁ, ଶିକ୍ଷୟତ୍ରୀ ରିତୁ ପାର୍ଡିଆ, ପ୍ରମୋଦିନି ବେହେରା, ନେହା ବେଗମ୍, ସଶମା ବଛା ସହଯୋଗ କରିଥିଲେ।