ନବରଙ୍ଗପୁର:୧୮ /୧(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୁନ୍ନା ତ୍ରିପାଠୀ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପଠେଇ ଦେଇଛିନ୍ତି। ତେବେ ବ୍ୟକ୍ତିଗତ ଓ ପାରିବାରିକ କାରଣରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।

ତେବେ ସେ କେବଳ ସଭାପତି ପଦ ଛାଡିଛନ୍ତି କିନ୍ତୁ କଂଗ୍ରେସ ଦଳ ଛାଡିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଥ‌ିବା ବେଳେ ନିର୍ବାଚନ ପୂର୍ବରୁ ସଭାପତି ପଦରୁ ଇସ୍ତଫା ଦେବା ଘଟଣା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି।