ଧର୍ମଗଡ଼ :୧୮/୧(ହୋମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନଗର ପଞ୍ଚାୟତ ମହାବିଦ୍ୟାଳୟ ପରିଷର ଠାରେ ଭଵ୍ୟ ସ୍ଵାଗତ କରାଯାଇଥିଲା। ଏଵଂ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସ୍ଥାନୀୟ ନଗର ପାଳ ଅଶୋକ କୁମାର ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ, ବରିଷ୍ଠ ଆଇନଜୀବି ଧନଞ୍ଜୟ ପାତ୍ର, ଆଇନଜୀବୀ ସୁଧୀର ରଞ୍ଜନ ପାଟଯୋଷୀ, ସମାଜ ସେବୀ ବିଜୟ ଦେବ ସାହୁ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ଆଇନ ଜୀଵି ଘନଶ୍ୟାମ ଅଗ୍ରୱାଲ, ଯୋଗ ଦେଇଥିବା ଵେଳେ ଉକ୍ତ କାର୍ଯ୍ୟକ୍ରମ ରେ ନଗର ସମସ୍ତ କାଉନସିଲ ଯୋଗ ଦେଇଥିଵା ବେଳେ ଧର୍ମଗଡ଼ ନଗର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ଯୋଗ ଦେଇଥିଲେ ।

ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ଉପସଭାପତି ମନିନ୍ଦ୍ର ଭୁଷଣ ପାତ୍ର, ନଗର ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ, ଯୁବ ମୋର୍ଚ୍ଚା ବଲାଙ୍ଗୀର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଡମ୍ବରୁଧର ଠାକୁର, ନଗର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର ସମେତ ନଗର ସମସ୍ତ କର୍ମଚାରୀ ଯୋଗ ଦେଇ ଥିବାବେଳେ ଉକ୍ତ କାର୍ଯ୍ୟକ୍ରମ ରେ ସ୍ଵାସ୍ଥ୍ୟ ଵିଭାଗ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କ ସ୍ଵାସ୍ଥ୍ୟ ପରିକ୍ଷା କରିବା ସହିତ ଡ଼ାକ ବିଭାଗର ର କର୍ମଚାରୀ ମାନେ ଉପରିସ୍ଥ ରହି କେନ୍ଦ୍ର ସରକାର ଙ୍କ କେଉଁ କେଉଁ ଯୋଜନା ଅଛି ତାହା ଲୋକମାନ ଙ୍କୁ ବୁଝାଇଥିଲେ।

କେନ୍ଦ୍ର ସରକାର ଙ୍କ ସମସ୍ତ ପ୍ରକାର ଯୋଜନା କୁ କିପରି ଲୋକମାନେ ପାଇଁ ପାରିବେ ସେହି ବିଷୟ ରେ ଉପସ୍ଥିତ ଥିବା ଅତିଥି ମାନେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ନଗର ର କର୍ମଚାରୀ ଶୁଭାଶିଷ ଭାଇ ସଂଯୋଜକ କରିଥିଵାଵେଳେ । ସ୍ଵାଗତ ଭାଷଣ ନଗର ପାଳ ଶ୍ରୀ ମହାନ୍ତି କରିଥିଵାଵେଳେ ଉକ୍ତ କାର୍ଯ୍ୟକ୍ରମ କୁ ନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।