ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ପ୍ରଶାନ୍ତି ଟ୍ରେଡର୍ସ ରେ GST ଚଢ଼ାଉ । ସୂଚନା ଅନୁଯାୟୀ ଚାରିଛକ ସ୍ଥିତ ପ୍ରଶାନ୍ତି ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଦିର୍ଘ ଦିନରୁ ଲୁହା ରଡ଼, ସିମେଣ୍ଟ, ହାର୍ଡୱେର ଆଦି ସାମଗ୍ରୀ ରିଟେଲ ଓ ହୋଲସେଲ କରିଆସୁଥିଲା ।

ତେବେ ବର୍ଷ ବର୍ଷ ଧରି GST ଫାଙ୍କୁଥିବା ନେଇ ସମ୍ବଲପୁର ସିଟି GST ପାଖରେ ଅଭିଯୋଗ ହୋଇଥିଲା । ଆଜି ସିଟି GST ପକ୍ଷରୁ ସକାଳ ୧୦ ରୁ ପ୍ରଶାନ୍ତି ଟ୍ରେଡ଼ର୍ସର ଦୋକାନ, ଗୋଦାମ, ଅଫିସ ଓ ଘରେ ଚଢ଼ାଉ କରୁଛନ୍ତି । ଜଣେ ଡେପୁଟି କମିଶନରଙ୍କ ନେତୃତ୍ୱରେ  ୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ରହିଛନ୍ତି ।