ହରଭଙ୍ଗା :୧୮/୦୧ (ଚିତ୍ତରଞ୍ଜନ ସିଂ)ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ସାରା ଭାରତ ବର୍ଷ ରେ ବିନା ମୂଲ୍ୟରେ ଜନ ସାଧାରଣ ଙ୍କୁ ଯୋଗାଇ ଦିଆଯାଉଥିବା ଖାଉଟି ଚାଉଳ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ରେ ତିନି ମାସ ର୧୧ ଜଣ ହିତାଧିକାରୀ ପାଇବାରୁ ବଞ୍ଚିତ ହୋଇଥିବାର ଘଟଣା ଦେଖିବାକୁ ମିଳିଛି l ଘଟଣା ଅନୁଯାଇ ଉକ୍ତ ପଞ୍ଚାୟତ ର ଅତଲସରା ଗ୍ରାମର ସରସ୍ବତୀ ଡ଼ାଳୁଆ, କୁନି ଡ଼ାଳୁଆ, ବିଳାସିନୀ ଡ଼ାଳୁଆ, ଅହଲ୍ୟା ଡ଼ାଳୁଆ, ପ୍ରମିଳା ଡ଼ାଳୁଆ, ପ୍ରଶାନ୍ତ ବେହେରା, ସେବତୀ ଦେହୁରୀ, ଦୁଲାଈ ଭୋକ୍ତା, ସବିତା ଦେହୁରୀ, ଲତା ମଞ୍ଜରୀ ଭୋକ୍ତା, ସେସଦେବ ବେହେରା ୧୧ ଜଣ ହିତାଧିକାରୀ ୨୦୨୩ ମସିହାର ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ରାସନ ଚାଉଳ ପାଇନ ଥିଲେ l

ପରବର୍ତୀ ସମୟରେ ଉକ୍ତ ହିତାଧିକାରୀ ନିଜ ଚାଉଳ ମାଗିଥିବାରୁ ଉକ୍ତ ପଞ୍ଚାୟତ ର ନୂତନ ଯୋଗାଣ ଅଧିକାରୀ ବିଗତ ତିନି ମାସର ଚାଉଳ ଆଉ ମିଳିବ ନାହିଁ ବୋଲି ହିତାଧିକାରୀ ଙ୍କୁ କହିବାରୁ ଉଭୟ ଙ୍କ ମଧ୍ୟରେ ରେ ବିତର୍କ ହୋଇଥିଲା ଓ ହିତାଧିକାରୀ ମlନେ ସରପଞ୍ଚ ଓ peo ଙ୍କୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିବାର ହିତାଧିକାରୀ ମlନେ ଅଭିଯୋଗ କରିଛନ୍ତି l

ଓ ଏହି ତିନି ମାସର ରାସନ ଚାଉଳ ଯଥାଶୀଘ୍ର ତାଙ୍କୁ ନ ଦିଆଗଲେ ବ୍ଲକ କାର୍ଯ୍ୟକ୍ରମ ରେ ଅନଶନ କରିବାପାଇଁ ଚେତାବନୀ ଦେଇଛନ୍ତି l ତେଣୁ ଉକ୍ତ ୧୧ ଜଣ ହିତାଧିକାରୀ ଙ୍କ ୩ ମାସର ଚାଉଳ କେଉଁ କାରଣରୁ ମିଳି ପାରିନି ଵା ହେଇଫେର ହୋଇଛି ବ୍ଲକ ଯୋଗାଣ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦାରଖ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରୁ ତିନି ମାସ ଧରି ବଞ୍ଚିତ ୧୧ ଜଣ ହିତାଧିକାରୀ ଙ୍କୁ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l