ହରଭଙ୍ଗା :(ଚିତ୍ତରଞ୍ଜନ ସିଂ.)ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରା ଅନୁଯାଇ ୧୨ ମାସକୁ ତେର ପର୍ବ ଓ ବର୍ଷର ବାରମାସ କୁ ବାର ଗୋଟି ସଂକ୍ରାନ୍ତି l ଏହି ବାର ଗୋଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ର ମହତ୍ୱ ଓ ଗୁରୁତ୍ୱ କେବଳ ଓଡିଶା ନୁହେଁ ବାହାର ରାଜ୍ୟ ରେ ମଧ୍ୟ କେଉଁ ଆବାହନ କାଳରୁ ରହିଆସିଛି l ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ମକର ସଂକ୍ରାନ୍ତି ରେ ମକର ରାଶିରେ ପ୍ରବେଶ କରିଥାନ୍ତି l

ଏହି ସଂକ୍ରାନ୍ତି ଦିନ ସୂର୍ଯ୍ୟ ଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ l ଭାରତ ବର୍ଷର ଓଡ଼ିଶାରେ ଏହି ସଂକ୍ରାନ୍ତି ଙ୍କୁ ମକର ସଂକ୍ରାନ୍ତି ନାମରେ ପର୍ବ ପାଳନ କରୁଥିବା ବେଳେ ଦକ୍ଷିଣ ଭାରତରେ ଏହି ପର୍ବ କୁ ପୋଙ୍ଗଲ ନାମରେ ବହୁ ଧୁମ ଧାମରେ ୩ ଦିନ ଧରୀ ପାଳନ କରାଯାଏ l ସେହିଭଳି ଆଜିର ପବିତ୍ର ମକର ସଂକ୍ରାନ୍ତି କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଥିବା ସମସ୍ତ ଶୈବ ପୀଠରେ ମକର ଚାଉଳ ପୂଜା ସହିତ ମକର ସଂକ୍ରାନ୍ତି ପାଳନ କରାଯାଇଥିବା ବେଳେ ସବୁ ଶୈବ ପୀଠରେ ଶୈବ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା l

ଅନ୍ୟ ପଟେ ବ୍ଲକ ର ସାକୁସିଙ୍ଗା କାଶୀ ବିଶ୍ୱନାଥ ଶୈବ ପୀଠ, ହରଭଙ୍ଗା ଆଦେଶ୍ୱର ଶୈବ ପୀଠ ଓ ସରସରା ଥିବା ଶୈବ ପୀଠ ଏବଂ ତୁକୁଲୁଣ୍ଡା ଶୈବ ପୀଠରେ ରେ ରୀତିନୀତି ଅନୁଯାଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ, ନାମ ସଂକୀର୍ତନ, ପରାୟଣ,ଅନ୍ନ ଯଜ୍ଞ, ଗୃତ ଯଜ୍ଞ, କଳସ ଯାତ୍ରା କରି ମକର ସଂକ୍ରାନ୍ତି ଵା ମକର ମେଳା ହୋଇଥିବା ଦେଖିବାକୁ ମିଳିଛି