ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ରେ ଦାଦନ ଶ୍ରମିକ ଶୂନ ବୋଲି କାଗଜ କଲମ ରେ ଦର୍ଶା ଯାଉଛି l ହେଲେ ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇବା ପରେ ତରବରିଆ ଭାବରେ ମୃତ ଶ୍ରମିକ ଙ୍କ ଘରକୁ ପହଞ୍ଚିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଗାଁର ଶଙ୍ଗର ନାଏକଙ୍କ ୨୪ ବର୍ଷୀୟ ପୁଅ ଅଚ୍ୟୂତ ନାଏକ l ସୂଚନା ଅନୁସାରେ ଦିର୍ଘ ତିନି ବର୍ଷ ହେବ ବେଙ୍ଗାଲୁରୁର ଏକ ମସିଣା କମ୍ପାନିରେ କାମ କରୁଥିଲେ ଅଚ୍ୟୁତ l ମଝିରେ ମଝିରେ ଘରକୁ ଆସି ପୁଣି କାମ କରିବାକୁ ଯାଉଥିଲେ l

ତେବେ ଦୁଇ ଦିନ ତଳେ ହଠାତ ସେଠାରେ ତାଙ୍କ ଦାହ ଖରାପ ହୋଇଥିଲା l ଯାହା ଫଳରେ ତାଙ୍କ ସାଙ୍ଗରେ ଥିବା ଯୁବକ ମାନେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା l ଏନେଇ ପରିବାର ଲୋକଙ୍କୁ ସାଥି ଯୁବକମାନେ ଖବର ଦେଇଥିଲେ l ହେଲେ ମୃତ୍ୟୁ ଖବର ପାଇ ପରିବାର ଲୋକ ଶବ ଆଣିବାକୁ ସାହାସ ପାଇ ନଥିଲେ l

କାରଣ ଗରିବ ପରିବାରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବା ବେଳେ ହାତରେ ଟଙ୍କା ପଇସା ନଥିବାରୁ ସେ ସରକାରୀ ସହାୟତା ଲୋଡିଥିଲେ l ସ୍ଥାନୀୟ ସରପଂଚ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଯୋଗାଯୋଗ କରି ଶବ ଆଣିବାକୁ ଅନୁରୋଧ କରିଥିଲେ l ବିଧାୟକ ଏବଂ ଓଡିଶା ମୋ ପରିବାରର ସହଯୋଗରେ ମୃତ ଦେହ ଗାଁରେ ପହଂଚିଥିବା ବେଳେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି l ତେବେ ସରକାରୀ ହିସାବରେ ଦାଦନ ଶୁନ୍ୟ ଜିଲ୍ଲାରୁ କିଭଳି ଦାଦନ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି l