ଦ୍ୱିତୀୟ ସେମି ରେ ୪/୧ ଗୋଲ ରେ JD କ୍ଳବ ଫୁଲବାଣୀ ବିଜୟୀ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂ)ଫ୍ରେଣ୍ଡଆସୋସେସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆ ଠାରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଜି ଦ୍ୱିତୀୟ ସେମି ଫାଇନାଲ ରେ JD କ୍ଳବ ଫୁଲବାଣୀ ସହିତ ବରଗଡ଼ ୟୁନାଇଟେଡ଼ ମଧ୍ୟରେ ଚିତାକର୍ଷକ ଖେଳ ଉଭୟ ଦଳ ପ୍ରଦର୍ଶନ କରିଥିଲେ l

ଦ୍ୱିତୀୟ ସେମିଫାଇନାଲ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାର ଙ୍କ ଡେପୁଟି ବାଚସ୍ପତି ସାଲୁଜା ପ୍ରଧାନ, ସମ୍ମାନିତ ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ, ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ, ଲୁଣିବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ, ହରଭଙ୍ଗା ସରପଞ୍ଚ ଶକୁନ୍ତଳା ବେହେରା, ଜିଲ୍ଲା ପରିଷଦ କନ୍ଧମାଳ ରଞ୍ଜନ କୁମାର ପ୍ରଧାନ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରାଇଥିଲେ l ଖେଳର ନିର୍ଦ୍ଧାରିତ ସମୟ ଭିତରେ ଉଭୟ ଦଳ ଗୋଲ ସ୍କୋର କରିପାରିନ ଥିବାରୁ ଆୟୋଜକ କମିଟି ଓ ଉଭୟ ଦଳ ବୁଝାମଣାରେ ପେନାଲଟିକ ର ସହାୟତା ନିଆଯାଇଥିଲା ପେନାଲଟିକ ଟ୍ରlଇବେକର ରେ JD କ୍ଳବ ଫୁଲବାଣୀ ୪/୧  ଗୋଲ ସ୍କୋର କରି ବରଗଡ ୟୁନାଇଟେଡ଼ ଠାରୁ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଗୀତାରାଣୀ ମେମୋରିଆଲ ଟ୍ରଫି ପାଇବାର ହକଦାର ହୋଇଛି l

ଆସନ୍ତା କାଲି ପ୍ରଥମ ସର୍ବ ଭାରତୀୟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ JD କ୍ଳବ ଫୁଲବାଣୀ ଓ BSF କ୍ଳବ ସୋନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ l ଦ୍ୱିତୀୟ ସେମି ଫାଇନାଲ ରେ ମୁଖ୍ୟ ରେଫରି ଭାବେ , ଦିଲ୍ଲୀପ କୁମାର ରାଉତ ଖେଳ ପରିଚାଳନା କରିଥିବା ବେଳେ ସୁବ୍ରତ କୁମାର ପୁରୋହିତ, ସୁଜିତ ରାଜହଂସ, ମାନସ କୁମାର ବିଶ୍ୱାଳ ଏବଂ ରଞ୍ଜନ କୁମାର ଯୋଶୀ ସହଯୋଗି ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ l ଆଜିର ଖେଳକୁ ପରିଚାଳନା କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ,ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ,ଉପଦେଷ୍ଟା ଶ୍ୟାମ ସୁନ୍ଦର ମେହେର, ଶେଷଦେବ ପ୍ରଧାନ, ଉଦିତ ପ୍ରସାଦ ଦେହୁରୀ, ଦିଲ୍ଲୀପ କୁମାର ସାମଲ,କାଦମ୍ବିନୀ ଯୋଶୀ,କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର କର୍ମ କର୍ତ୍ତା ସହଯୋଗ କରିଥିଲେ l