ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ନିକଟସ୍ଥ ନାରେନ୍ ଗ୍ରାମରେ ୨୦ ତମ ସ୍ୱାମୀ ସ୍ଵାମୀ ବିବେକାନନଦ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ଗତ ଏଗାର ଦିନ ଧରି ଏହି ଆନ୍ତ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ ଜୈନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନାରେନ ଗ୍ରାମର ପୁର୍ବତନ ସରପଞ୍ଚ ଶ୍ରୀ ଦୟାରାମ ଅଗ୍ରୱାଲ, ଆଦିବାସୀ ନେତା ଥବିର ପୁଝାରୀ, ବିଜେପି ନେତା ଅଶୋକ ମିଶ୍ର, ଆଶିଷ ସାହୁ, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟନରସିଂହ ସିଂ, ଶିକ୍ଷକ ରମେଶ ପଟେଲ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଗ ଦେଇଥିଲେ। ଧାରା ବିବରଣୀ ପ୍ରଦାନ କରିଥିଲେ ରଞ୍ଜିତ ସ୍ୱାଇଁ।

ଫାଇନାଲ ମ୍ୟାଚଟି ନକଟାସର୍ ଓ ବଡ଼ ଗମଡ଼ା ମଧ୍ୟରେ ଖେଳା ଯାଇଥିବା ବେଳେ ବଡ଼ ଗମଡ଼ା ୨/୧ ଗୋଲ ଦେଇ ନକଟା ସର ଦଳକୁ ପରାଜୟ କରିଥିଲେ। ବିଜୟୀ ଦଳକୁ ୧୨୦୦୦ ଟଙ୍କା ଓ ରନରସଅପ ଦଳକୁ ୯.୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ମୁକେଶ ଜୈନ।

ଏହି ଫାଇନାଲ ମ୍ୟାଚକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ରେଫରି ଆଶିଷ ସାହା, ଲାଇନ ମ୍ୟାନ ବିରଞ୍ଚି ସ୍ୱାଇଁ, କର୍ଣ୍ଣ ଭୋଇ, ଜଗବନ୍ଧୁ ଆଡ ଯୁଆଡ। ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ଗଗନ ବେହେରା, ଶେଷ ପରାଭୁଏ, ଅଭିନାସ ଭୋଇ, ବିକାଶ ସ୍ୱାଇଁ, ବିରଞ୍ଚି ସ୍ୱାଇଁ, ବୈବ ପୁଟେଲ, ହରିଶ୍ଚନ୍ଦ୍ର ବିଶି।