ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା। ତେବେ ଗୁରୁତର ଛ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ସେହି ଘଟଣା ଭିଆଇବା ପରେ ମଦ୍ୟପ ସୁରେନ୍ କୁମ୍ଭାର ଫେରାର ମାରିଥିଲା। ଟିଟିଲାଗଡ ଥାନାଧିକାରୀ ଶ୍ରୀ ମନୋଜ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଅଭିଯୁକ୍ତ ରବିବାର ଦିନ ଧରିବାରେ ସଫଳ ହେବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୁଚନା ଦେଇଛନ୍ତି। ପୋଲିସ ଅତି ଶୀଘ୍ର ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ପୋଲିସ ପକ୍ଷରୁ ନିଆଯାଇଥବା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପ୍ରଶାସନ ପ୍ରଶଂସାର ପାତ୍ର ହୋଇପାରିଛି।