ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ର ଶାନ୍ତିନିବାସ ଗଳିରେ ରହୁଥିବା ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ପିଏଚଡି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ପିଇବା ପାଣିରୁ ପାଇଖାନାରୁ ବାହାରୁଥିବା ଅସନା ପାଣି ଭଳି ପାଣି ଆସୁଛି।

ପ୍ରଥମେ ଲୋକ ଜାଣି ପାରୁ ନ ଥିଲା ବେଳେ କିଛି ଦିନ ହେବ ପାଣିରୁ ଦୁର୍ଗନ୍ଧ ବାହାରୁଥିବା ସହ ଗୋଳିଆ ପାଣି ବାହାରୁଚି। ଲୋକଙ୍କ କହିବାନୁଯାୟୀ କେଉଁ ସ୍ଥାନର ପାଇଖାନା ଟାଙ୍କିରୁ ବାହାରୁଥିବା ଆବର୍ଜ୍ଜନା ପାଣି ସହ ମାଟି ତଳେ କେଉଁଠି ପାଇଓ ବୋଧେ ଫାଟି ପିଇବା ପାଣି ପାଇପ ଭିତରେ ପଳେଇ ଆସୁଛି ଯଦ୍ୱାରା ଏହି ପାଣି ପାଇଖାନା ଟାଙ୍କିରୁ ନିର୍ଗତ ହେଉଥିବା ଅସନା ପାଣି ଭଳି ଦିଶୁଛି।

ଯଥା ଶୀଘ୍ର ପିଏଚଡି ବିଭାଗ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ ଅତି ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଆଗକୁ ଯଦି କିଏ ଏହି ପାଣି ପିଏ ତାହେଲେ ଡାଇରିଆ, ହଇଜା ହେବା ସହ ଅନ୍ୟାନ୍ୟ ରୋଗର ଶିକାର ନ ହେବ ବୋଲି ବା କିଏ କହିପାରିବ।

ବହୁତ ସ୍ଥାନରେ ବିଭିନ୍ନ କାର୍ଯ୍ୟ କରୁଥିବା ଯୋଗୁଁ ଗାତ କୋଡା ଯାଉଛି, ହୁଏତ ସେ ଭିତରେ କିଛି ସ୍ଥାନରେ ଏହି ଅସନା ପାଣି ପିଇବା ପାଇପ ଲାଇନରେ ମିଶି ପଳେଇ ଆସୁଛିକି ବୋଲି ଲୋକ ସନ୍ଦେହ କରୁଛନ୍ତି। ସେ ଯାହା ବି ହେଉ ଯଥା ଶୀଘ୍ର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।