ହରଭଙ୍ଗା :୧୨/୦୧ (ଚିତ୍ତରଞ୍ଜନ ସିଂ)ତିଲେଶ୍ୱର ଫ୍ରେଣ୍ଡଆସୋସେସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ଚତୁର୍ଥ ଦିନରେ ପହଁଚିଛି ଗ୍ରୁପ “B “ରୁ ବରଗଡ ଦ୍ୱିତୀୟ ସେମି ଫାଇନାଲ ରେ ପ୍ରବେଶ କରିଛି l ଆଜି ଚତୁର୍ଥ ଦିନ ଖେଳରେ ବରଗଡ ୟୁନାଇଟେଡ଼ ସହିତ ଖୋର୍ଦ୍ଧା ଜଗା ୟୁନାଇଟେଡ଼ “ଭୁବନେଶ୍ୱର “ମଧ୍ୟରେ ସେମି ଖେଳ ଅନୁଷ୍ଠିତ ହୋଇଥିଲା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟେ କୌଣସି ପକ୍ଷକୁ ଗୋଲ ସ୍କୋର ନ କରିଥିବାରୁ ସମାନ ସ୍ଥିତିରେ ରହିଥିଲେ l

ଶେଷରେ ଉଭୟ ଦଳ ଓ ପରିଚାଳନା କମିଟି ର ସହମତି କ୍ରମେ ଟ୍ରାଇବେକର ର ସହାୟତା ନିଆଯାଇଥିଲା ଓ ଟ୍ରାଇବେକର ରେ ବରଗଡ ୟୁନାଉଟେଡ଼ ୪ /୩ ଗୋଲ ସ୍କୋର କରି ବିଜେତା ହୋଇ ଗ୍ରୁପ B ର ସେମି ଫାଇନାଲ ରେ ପହଂଚି ଥିଲେ l ଆଜିର ର ଖେଳରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ସମବାୟ ସମିତି ସେଣ୍ଟାଲ ବ୍ୟାଙ୍କ ର ସଭାପତି ଅରୁଣ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ୮ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ତାରାମଣି ପ୍ରଧାନ,କରଞ୍ଜକଟା ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ଘୋଷ, ଆଡେଣିଗଡ ପଞ୍ଚାୟତ ସରପଞ୍ଚ ଅଜିତ ପ୍ରଧାନ,ରାଧାନଗର ପଞ୍ଚାୟତ ସରପଞ୍ଚ ଗଣେଶ ବେହେରା ଓ କୁସଙ୍ଗ ପଞ୍ଚାୟତ ସରପଞ୍ଚ ରଞ୍ଜିତ କୁମାର ବେହେରା ଉପସ୍ଥିତ ରହୁଥିଲେ l

ଆଜିର ଖେଳକୁ ସୁବ୍ରତ କୁମାର ପୁରୋହିତ,ମାନସ କୁମାର ବିଶ୍ୱାଳ ଓ ସୁଜିତ ରାଜହଂସ, ଖେଳ ପରିଚାଳନା କରିଥିଵା ବେଳେ ପରିଚାଳନା କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ,ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ବିନୀ ଯୋଶୀ କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର କର୍ମ କର୍ତ୍ତା ସହଯୋଗ କରିଥିଲେ l