ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ମାଣ୍ଡିଆ କୁ ସର୍ବ ପୁରାତନ ଖାଦ୍ୟ କହିଲେ ଅତୃକ୍ତି ହେବ ନାହିଁ l ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ରସ୍ୱାଦ ଓ ଚାହିଦା ପୂର୍ବରୁ ଥିଲା ଏବେ ବି ରହିଛି l ବିଭିନ୍ନ ସମୟରେ ମାଣ୍ଡିଆ କୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇ ଥାଏ l ଇତି ମଧ୍ୟରେ ଓଡିଶା ସରକାର ମାଣ୍ଡିଆ କୁ ନୀତି ଦିନିଆଁ ଖାଦ୍ୟ ତାଲିକାରେ ନାମ ଦେଇଛନ୍ତି ଓ ମିଲେଟ ମିଶନ ଯୋଜନା ରେ ମାଣ୍ଡିଆ ଚାଷ ର ଅଭିବୃଦ୍ଧି ଦିଗରେ କୃଷି ବିଭାଗ କୁ ଦାୟିତ୍ୱ ଦେଇ ମାଣ୍ଡିଆ ଚାଷର ମାନ ବୃଦ୍ଧି ଦିଗରେ ବହୁ ପଦକ୍ଷେପ ନେଉଛନ୍ତି l

ମାଣ୍ଡିଆ ଚାଷ ଉପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଅନ୍ତର୍ଗତ କୋଇଲିସୁତା ଗ୍ରାମର ଚାଷୀ ମାନଙ୍କୁ ନେଇ vaw ଭାଗିରଥି ଦୀପ, ceo ପୁନିଆ ସାହୁ ଓ ଆଦର୍ଶ କୃଷି ଉତ୍ପାଦକ ପ୍ରଡୁସର କମ୍ପାନୀର ରିସର୍ଚ୍ଚ ପରସନ ପୁରୁଷୋତ୍ତମ ଦେହୁରୀ ଙ୍କ ଉଦ୍ୟମ ରେ ରବି ଋତୁ ମାଣ୍ଡିଆ ଚାଷ ପାଇଁ ଗତ ମାସରେ ଚାଷୀଙ୍କୁ ପରାମର୍ଶ ଦେବା ସହିତ ମାଣ୍ଡିଆ ର ଉପକାରିତା ଉପରେ ମତ ରଖିଥିଲେ l

ମାଣ୍ଡିଆ ର ଉପକାରିତା ଓ ଚାଷ ର ଲାଭ କୁ ଆକଳନ କରି ଉକ୍ତ ଗ୍ରାମର 38ଜଣ ଚାଷୀ ରବି ଋତୁ ମାଣ୍ଡିଆ ଚାଷ କରିବା ନେଇ ଶନିବାର ଦିନ ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ରେ ଓ VL 279 ନାମକ ଉନ୍ନତମାନ କିସମର ବିହନ ତଳି ପକାଇଥିବା ଦେଖିବାକୁ ମିଳିଛି l ଏହି ରବି ଋତୁରେ କୋଇଲିସୁତା ଗ୍ରାମରେ 10ହେକ୍ଟର ରୁ ଉର୍ଦ୍ଧ ଚାଷ ଜମିରେ ପ୍ରାୟ 38ଜଣ ଚାଷୀ ମାଣ୍ଡିଆ ଚାଷ କରିବେ ବୋଲି ସୂଚନା ମିଳିଛି l