ଧର୍ମଗଡ଼ :ତା ୧୨/୧/୨୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନିପାଟଣା ଠାରେ ହେବାକୁଥିବା ଧର୍ମଗଡ ମା ଭଣ୍ଡାରଘରଣୀ ଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହି ମଶାଲ ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବ ଵୋଳି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ର ସେକ୍ସନ୍ ଅଫିସର୍ ମହେଶ କୁମାର ଦଲାଇ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ । ଉକ୍ତ ମଶାଲ ଯାତ୍ରା କୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି କୋଡିନେଟ୍ କରୁଥିବା ବେଲେ ଏସ୍.ଏ.କେ ଧର୍ମଗଡ ଟିମ୍ ର ଅଙ୍କିତ ସେଠି,ଗୋବିନ୍ଦ ସାହୁ ମା ଡୁମେର୍ ଯୁବକ ସଂଘ କାଙ୍କେରୀ ର ଅଭିଷେକ ବାଗ ,ଜୟନ୍ତ ସୁନାନୀ ଏବଂ ପୁର୍ବତନ ଜାତୀୟ ସ୍ୱେଚ୍ଛାସେବୀ ସୁଧିର ଗୋପାଲ ସାମିଲ ହୋଇ ଶ୍ରୀ ଵାଗ ମଶାଲ ଯାତ୍ରା ରେ ଭାଗ ନେଇଥିଵାସମସ୍ତ ଙ୍କୁ ଉତ୍ସାହ କରିଥିଲେ ।

ମଶାଲ ଶୋଭାଯାତ୍ରା କୁ ବିଭିନ୍ନ ପଞ୍ଚାୟତ ଠାରେ ସ୍ୱାଗତ କରିବା ସହ ବଣ୍ଡାକୁଟୁରା କର୍ତ୍ତବ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହି ମଶାଲ ଶୋଭାଯାତ୍ରା କୁ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ୍ ର ସଭାପତି,ଟିମ ଏସ୍.ଏ.କେ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ମଶାଲ ଯାତ୍ରା କୁ ପରିଚାଳନା କରୁଥିଲେ।