ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ପଲିଥିନ ଵା ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ମୁକ୍ତ ଅଂଚଳ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ଆଜି ବୌଦ୍ଧ ବନବିଭାଗ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ମହାନଦୀ କୂଳରେ ଥିବା ଜଗନ୍ନାଥ ବନପ୍ରକଳ୍ପ ବଣଭୋଜି ସ୍ଥଳ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ରାମଗଡ ହାଇସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ସରପଞ୍ଚ ଓ ବନ ବିଭାଗ ଅଧିକାରୀ ଓ କର୍ମ ଚାରି ମିଳିତ ହୋଇ ହାଇସ୍କୁଲ ଠାରୁ ପଲିଥିନ ଵା ପ୍ଲାଷ୍ଟିକ ମୁକ୍ତ ପାଇଁ ଏକ ସଚେତନତା ରାଲି ବାହାରି “ପ୍ଲାଷ୍ଟିକ ହଟାଅ ଦୁନିଆଁ ବଞ୍ଚାଅ”,” ସ୍ୱଚ୍ଛ ଭାରତ ଆପଣା ଘରୁ ଆରମ୍ଭ କରିବା ଏହି କ୍ଷଣରୁ, ଆଦି ନାରା ଦେଇ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ରେ ପହଂଚି ଏକ ସଚେତନତା ସଭା ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l

ଅନୁଷ୍ଠିତ ସଭାରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଉପରେ ଆଲୋକ ପାତ କରିଥିଲେ l ସମ୍ମାନିତ ଅତିଥିଭାବେ ଅବସର ପ୍ରାପ୍ତ ଅଧକ୍ଷ ପ୍ରଶାନ୍ତ କୁମାର ମହାପାତ୍ର,ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ଯୋଶୀ, ସହକାରୀ ବନ ସଂରକ୍ଷଣକାରୀ ମିନାକ୍ଷୀ କୁମରା,ବିମଳ ପ୍ରଧାନ,ବୌଦ୍ଧ ବନ ଖଣ୍ଡ ରେଞ୍ଜ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ, ରାମଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ ମଂଚାସୀନ ରହି ଉପସ୍ଥିତ ଛାତ୍ର ଛାତ୍ରୀ ଗ୍ରାମବାସୀ ଓ ଜନସାଧାରଣ ଙ୍କୁ ପ୍ଲାଷ୍ଟିକ ମୁକ୍ତ ଅଂଚଳ ଗଠନ ଉପରେ ଦିଗଦର୍ଶନ ଦେଇଥିଲେ l

ଅନ୍ୟତମ ଅତିଥିଭାବେ CRCC ସୁବାସ ଚନ୍ଦ୍ର ବିଶି ଓ ହାଇସ୍କୁଲ ର ହିନ୍ଦୀ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ଉପରେ ମତ ରଖିଥିଲେ l ରାମଗଡ ଜଗନ୍ନାଥ ବନ ପ୍ରକଳ୍ପ ଜିଲ୍ଲାରେ ବଣ ଭୋଜି ସ୍ଥଳୀର ମାନ୍ୟତା ପାଇଥିବାରୁ ଉକ୍ତ ସ୍ଥଳୀ ରେ ବର୍ଷ ସାରା ବଣ ଭୋଜି ର ଅସାର ଜମି ରହୁଛି ଓ ପ୍ରାୟ ସମୟରେ ପ୍ଲାଷ୍ଟିକ ବ୍ୟବହାର ରେ ଉକ୍ତ ପରିବେଶ ପ୍ରଦୂଷଣ ହେଉଛି l ତେଣୁ ଆଜି ଉପସ୍ଥିତ ଥିବା ବନ ବିଭାଗ ଅଧିକାରୀ, କର୍ମ ଚାରି,ସ୍କୁଲ ଛାତ୍ର ଛାତ୍ରି, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠି ଏବଂ ରାମଗଡ ଗ୍ରାମବାସୀ ପ୍ଲାଷ୍ଟିକ ମୁକ୍ତ ଅଂଚଳ ଗଠନ ପାଇଁ ଶପଥ ନେବା ସହିତ ସଚେତନତା କରିବାପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ l