ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ ) ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ l ଏଥିଲାଗି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଂଚଳରେ ପରିକ୍ରମା କରିବ ଜଗନ୍ନାଥରଥ l ଏହିକ୍ରମରେ ଆଜି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ, ଶୁଲିଆ, ନୂଆପାଲି,ଆମ୍ବଗାଁ ଗ୍ରାମପଞ୍ଚାୟତର ଆମ୍ବଗାଁ ଠାରେ ପ୍ରତି ଘରୁ ଜଗନ୍ନାଥ ଙ୍କ ଉଦ୍ୟେଶରେ ଅରୁଆଚାଉଳ, ଗୁଆ ସଂଗ୍ରହ କରାଯାଇଛି l

ଗ୍ରାମରେ ସଂକୀର୍ତନ୍ୟମଣ୍ଡଳୀ ଦ୍ୱାରା ଜଗନ୍ନାଥରଥକୁ ଗ୍ରାମପରିକ୍ରମା କରାଯାଇ ସହ, ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ଭବ୍ୟସ୍ୱାଗତ କରାଯାଇଛି l ପରିକ୍ରମାପ୍ରକଳ୍ପର ଲୋକାର୍ପଣ ଉତ୍ସବ ସାରା ବିଶ୍ୱରେ ଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ବୃଦ୍ଧି କରିବାନେଇ ବେଶଗୁରୁତ୍ୱ ରହିଥିବା ସ୍ଥାନୀୟଲୋକେ ପ୍ରକାଶ କରିଛନ୍ତି l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଓ ରୁଣ୍ଡିମହୁଲ୍ ପଞ୍ଚାୟତ ର ଶୁଲିଆ, ନୂଆପାଲି ଗ୍ରାମଠାରେ ଅର୍ପଣରଥ ପହଞ୍ଚିବା ମାତ୍ରେ ଗ୍ରାମବାସୀଙ୍କ ତରଫ ରୁ କୀର୍ତ୍ତନ୍ୟମଣ୍ଡଳୀ ସହିତ ସମବେତ ମହିଳା ଓ ପୁରୁଷ ମାନେ ହରି ବୋଲ, ହୁଳହୁଲି ଦେଇ ରଥକୁ ସ୍ୱାଗତ କରିଥିଲେ l

ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ସରପଞ୍ଚ ପ୍ରତିମା ରଣା,ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ,ଜ୍ଞାନ ରଞ୍ଜନ ମିଶ୍ର ଜଗନ୍ନାଥ ପ୍ରେମୀ ରାଧା ବଲ୍ଲଭ ପ୍ରଧାନ, ସଦାନନ୍ଦ ପ୍ରଧାନ ଅଭିଭାଇ,ଦେବାରଚନ ରଣା,ଶେଷଦେବ ବାଘ ଏମବିକେ, ସିଆରପି, ସ୍ୱୟଂସହାୟକଗୋଷ୍ଠୀ ର ସଦସ୍ୟମାନେ ,ଆମ୍ବଗାଁ , ଶୁଲିଆ ଓ ନୁଆପାଲି ଗ୍ରାମବାସୀ ଉପସ୍ଥିତ ଥିଲେ l