ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ଅର୍ଚନା କରାଯାଇ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବ ବୌଦ୍ଧ ଅଂଚଳର ଗୁଆ ଓ ଚାଉଳ ।

ଏଥିଲାଗି ପ୍ରଶାସନ ତରଫରୁ ଅର୍ପଣ ରଥର ଆୟୋଜନ କରି ପ୍ରତି ୱାର୍ଡ ରେ ପରିକ୍ରମା କରିବ । ଭଜନ କୀର୍ତନ ସହ ହୁଲୁହୁଲି ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟ ହୋଇଥିଲା । ଲୋକେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସ୍ୱାଗତ କରିବା ସହ ଗୁଆ, ଅକ୍ଷତ ଚାଉଳ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଚେୟାରମେନ ମୃତ୍ୟୁଞ୍ଜୟ ମିଶ୍ର , NAC ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହେରା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ସମେତ ଅନ୍ୟ ଅଧିକାରୀ , କର୍ମଚାରୀ, ଏମବିକେ, ସିଆରପି, ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟା, ସାଧାରଣ ଲୋକେ ସାମିଲ ହୋଇଥିଲେ l