ବଲାଙ୍ଗିର: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ ଵା ଏମ ଆଇ ପି ଜଳାଶୟ ପ୍ରକଳ୍ପ । ସମ୍ବଲପୁର ବଲାଙ୍ଗୀର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ସଲେଭଟ। ରୁ କୁଟ।ଶିଂହ। ରାସ୍ତାର ୮ କିଲୋମିଟର ରାସ୍ତା ଡୁଙ୍ଗୁରିପାଲି ଗ୍ରାମ ଅବସ୍ଥିତ,ଗାଁ ରୁ ଅଧା କିଲୋମିଟର ରେ ଅଛି ଚ।ଣ୍ଡ।ଲ ଡ୍ୟାମ , ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ରେ ଭରପୁର ଏହି ମନୋରମ ସ୍ଥାନ ଦୃଷ୍ଟି ଆଢୁଆଳ ରେ ରହି ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ |

ସାଲେଭଟା କୁଟାସିଂହା ରାସ୍ତାର ଡୁଙ୍ଗୁରିପାଲି ବିମଳେଶ୍ୱର ଶିବ ମନ୍ଦିର ଠାରୁ ୫୦୦ ମିଟର ଭିତରକୁ ଚାରି ଗୋଟି ପାହାଡକୁ ଘେରି ରହିଛି ଏହି ଜଳାଶୟ ଯାହାର କ୍ଷେତ୍ରଫଳ ୩୦ ଏକର ରୁ ଉର୍ଦ୍ଧ ହେବ |ଏଠିକାର ଶାନ୍ତ ସୁନ୍ଦର ପରିବେଶ ରେ ପିକନିକ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକ ଆସି ଭିଡ଼ ଜମେଇ ଥାନ୍ତି |

ଗୋଟିଏ ପଟେ କଣ୍ଟଦେଇ ମନ୍ଦିର ଥିବାବେଳେ ଆଉ ଗୋଟିଏ ପଟେ ବିମଳେଶ୍ୱର ଶିବ ମନ୍ଦିର, ବାରପାହାଡ଼ ମନ୍ଦିର, ଶକ୍ତି ପୀଠ ମାହେଶ୍ୱରୀ ମନ୍ଦିର ଶୋଭା ପାଉଛି | ପ୍ରାକୃତିକ ସୁନ୍ଦରତାରେ ଭର ପୁର ଏହି ସ୍ଥାନ ଲୋକଲୋଚନ କୁ ଆସି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଡୁଙ୍ଗୁରିପାଲି ଗ୍ରାମ ବାସି, ସହରାଞ୍ଚଳ କୁ ଯେତେ ପ୍ରାଧନ୍ୟ ଦିଆଯାଉଛି ଗ୍ରାମା ଞ୍ଚଳ କୁ ଦିଆ ଯାଉନାହିଁ ବୋଲି କହିଛନ୍ତି |ତେଣୁକରି ବନ ବିଭାଗ ତଥା ପ୍ରଶାସନ ଏହି ଡ୍ୟାମ କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଅଂଚଳ ବାସି ଦାବୀ କରିଛନ୍ତି |