ଢେଙ୍କାନାଳ : ଢେଙ୍କାନାଳ ମଗଜି କୁ ଜି. ଆଇ ମାନ୍ୟତା ପ୍ରାପ୍ତି କୁ ଜିଲ୍ଲାପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଏଥିପାଇଁ ଜିଲ୍ଲାର ସମସ୍ତ ଅଧିବାସୀ, ମିଠା ବ୍ୟବସାୟୀ ସଙ୍ଘ କୁ ଶୁଭେଚ୍ଛା ଜଣାଇଥିଲେ l

ଏହାସହିତ ସେ କହିଛନ୍ତି ଯେ, ଏହି ମଗଜି ର ଆହୁରି ଅଧିକ ପ୍ରଚାର ପ୍ରସାର କିପରି ହେଵ ସେ ଦିଗରେ ଜିଲ୍ଲାପ୍ରଶାସନ କାର୍ଯ୍ୟ କରିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଷ୍ଠାନ ସଙ୍ଘ ର କାର୍ଯ୍ୟକର୍ତ୍ତା, ଜିଲ୍ଲା ବାଣିଜ୍ୟ ସଙ୍ଘ, ଏହି ମଗଜି ର ପ୍ରଚାର ଦିଗରେ କାର୍ଯ୍ୟକରୁଥିବା କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ, ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l