ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୯  ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି l ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ସମୁଦାୟ ୧୨୮  ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୨୬  ଗୋଟି ବ୍ୟକ୍ତିଗତ ମାମଲା ଓ ୨  ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଏହି ଶିବିରରେ ୯୯  ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା l ଶିବିରରେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲଦାର ଶିବାନୀ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।