ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ପୌରପାଳିକା ପକ୍ଷରୁ ଭେଣ୍ଡିଙ୍ଗ ଜୋନ ଉଦଘାଟନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ବେନେର ରେ ନରେନ୍ଦ୍ର ମୋଦିଜୀ ଙ୍କ ଫୋଟ ଚିତ୍ର ନଥିବାରୁ ବିଜେପି କାଉସିଲର ଙ୍କ ମଧ୍ୟ୍ୟରେ ଆସନ୍ତଷ ନବରଙ୍ଗପୁର ପୌରପାଳିକା ପକ୍ଷରୁ ଆଜି ସ୍ଥାନୀୟ ନାଉକଟ୍ରି ପଡିଆ ଠାରେ୧୨ ଗୋଟି ଭେଣ୍ଡିଙ୍ଗ ଜୋନର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଡିଅ ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବାବେଳେ ସମ୍ମାନିତ ପୌର ଅଧକ୍ଷ କୁନୁ ନାୟକ ଓ ଉପାଧ୍ଯକ୍ଷା ସୌମ୍ୟା ମହାପାତ୍ର ଓ ପୌର ନିର୍ବାହୀ ଅଧିକାରୀ ଶଙ୍କର ଢେରକେଟା ଯୋଗ ଦେଇଥିଲେ ।

ଗେଣ୍ଡିଙ୍ଗ ଜୋନ ଉଦଘାଟନ କାର୍ଯ୍ୟକ୍ରମ ପରେ ପୌଲକାର୍ଯ୍ୟଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟରେ ମୁଖ୍ୟ ଅତିଥ୍ ଓ ସମ୍ମାନିତ ଅତିଥିମାନେ ପୌଲଞ୍ଚକର ୨୩୦ ଜଣ ହିତାଧୁକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ୧୭ ରକ୍ଷ ଟଙ୍କା ବ୍ୟୟରେ ୧୨ ଗୋଟି ଭେଶିଙ୍କ ଜୋନ ନିର୍ମାଣ କରାଯାଇଛି । ସେହିପରି ପୌରପାଳିକା ଅଧୀନରେ ବିଭିନ୍ନ ୱାର୍କରେ ସ୍ବଚ୍ଛ ଭାରତ ଯୋଜନାରେ ମୋଟ ୨୮୫ ଗୋଟି |

ଶୌଚାଳୟ ନିର୍ମାଣ ପାଇଁ କାର୍ଯ୍ୟଦେଶ ଦିଆଯାକବେଳେ ମୁକ୍ତା ଯୋଜନାରେ ୨ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି । ୧୦ କୋଟି ୩୯ ଲକ୍ଷ ଟଙ୍କା ୬୮ ଗୋଟି କଳା ରୋଡ ପନ୍ଥା ରୋଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଥିବା ଜଣାପଡିଛି । ସେହିପରି ୧ ନୋଟି ବ୍ୟୟରେ ଏକ ଗୋଟି ଶିଶୁ ଉଦ୍ୟନ କାର୍ଯ୍ୟ ଚାଲୁରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଏ. ସତୀଶ, ନଗେନ୍ଦ୍ର ପଟ୍ଟନାୟକ, ପି. କେଶବ ରାଓ, ଅମିତ ପ୍ରଧାନ, ଆଇ. ପୁଗୁଳି କ୍ରିଷ୍ଣା, ସମେଶ ଖରା, ଅଲେଖ ସୌଲା, ରାମ ହରିଜନ, ଶର୍ମିଷ୍ଠା ଦେଓ, ମମତା ମହାରଣା, ଗୀତାଞ୍ଜଳି ଯାତବ, ସନ୍ତୋଷୀ ଜାନି, ଉଷାରାଣୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜ୍ୟୋତି ପାରିଚ୍ଛା ମଞ୍ଚ ପରିଚାଳନା କରିଥିବାବେଳେ କାମ ଶଙ୍କର ଦାସ, ସୁନାଲ ସୁବୁଦ୍ଧି, ମୋନକ ପ୍ରଧାନ ସହଯୋଗ କରିଥିଲେ | କିନ୍ତୁ ନରେନ୍ଦ୍ର ମୋଦିଙ୍କ ବେନେର ରେ ନଥିବା ଯୋଗୁଁ କେତେକ ବିଜେପି କାଉସିଲର ଙ୍କ ମନରେ ଆସନ୍ତଷ ପ୍ରକାଶ ପାଇଥିଲା !