ହରଭଙ୍ଗା : ( ଚିତ୍ତ ରଞ୍ଜନ ସିଂ) ଗତକାଲି ପୌଷ କୃଷ୍ଣ ନବମୀ ତିଥି ଦିନ ହରଭଙ୍ଗା ବ୍ଲକ୍ ଧଳପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସପ୍ତମ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଧଳପୁର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ସୁରଜିତ ବାରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିଶୁମନ୍ଦିର ର ଅବସର ପ୍ରାପ୍ତ ସଭାପତି ପବିତ୍ର ମୋହନ ଭୋକ୍ତା ଯୋଗଦେଇଥିଲେ।

ସେହିପରି ଉଦଯାପନୀ ସଭାର ମୁଖ୍ୟ ଅତିଥି ଭାବେ ଧଳପୁର ପଂଚାୟତ ର ସରପଞ୍ଚ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆର୍ ଏନ୍ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ କୈଳାସ ପ୍ରଧାନ ଯୋଗଦେଇଥିଲେ।

ଅତିଥି ପରିଚୟ ସ୍ଵୟମ୍ବର ଦନ୍ତା କରିଥିବା ବେଳେ ଧନ୍ୟବାଦ୍ ଅର୍ପଣ ଭରତ କୁମାର ପ୍ରଧାନ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ଖେଳ ପରିଚାଳନା ଦାୟିତ୍ଵ ରେ ହାଇ ସ୍କୁଲ ର ଖେଳ ଶିକ୍ଷକ ଶ୍ରୀକାନ୍ତ ନାୟକ ଓ ଶିଶୁ ମନ୍ଦିର ର ଖେଳ ଶିକ୍ଷକ ଉମେଶ ପାତ୍ର ଉପସ୍ଥିତ ଥିଲେ।