ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ସୋନପୁର ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ ଙ୍କ ଜରିଆରେ ସୋନପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଛି l ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ସରକାରଙ୍କ ମେନୁ ହିସବାରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରି ସ୍କୁଲ ପାଞ୍ଚ ଦିନ ଅଣ୍ଡା ଦିଆଯାଉଛି l ଗୋଟିଏ ଶିଶୁକୁ ଖର୍ଚ୍ଚ ବାବଦରେ ସରକାର ସାତ ଟଙ୍କା ଚଉଦ ପଇସା ଦେଉଛନ୍ତି l କିନ୍ତୁ ସଙ୍ଘ ଅଭିଯୋଗ କରିଛି ବର୍ତମାନ ବଜାର ଦର ଆକାଶ ଛୁଆଁ ହୋଇଛି ଗୋଟିଏ ଅଣ୍ଡାକୁ ଆଟ ଟଙ୍କା ଦେଇ କିଣିବାକୁ ପଡ଼ୁଛି ସରକାର ପକ୍ଷରୁ ଯୋଗେଇ ଦିଆଯାଉ ଥିବା ଅଣ୍ଡା ଦର ର ମୂଲ୍ୟ ସାତ ଟଙ୍କା ଚଉଦ ପଇସା ବଦଳରେ ଆଠ ଟଙ୍କା ପଚାଶ ପଇସା ବଢେଇବାକୁ ସଙ୍ଘ ଦାବି କରିଛି l

ଏବଂ ବର୍ତମାନ ମାସକୁ ପାଞ୍ଚ ଦିନ ଅଣ୍ଡା ବଦଳରେ ମାସକୁ ଦୁଇ ଦିନ ଅଣ୍ଡା, ଦୁଇ ଦିନ ସୋୟାବିନ ତରକାରୀ, ଦୁଇ ଦିନ ଡ଼ାଲ୍ମା ଦିଆଯାଉ ବୋଲି ସଙ୍ଘ ଅନୁରୋଧ କରିବା ସହିତ କଣ୍ଟ୍ରାକଚୁଆଳ ମାନଙ୍କୁ ରେଗୁଲାର ଭାବେ ଆଇସିଡ଼ିଏସ ସୁପର ଭାଇଜର ନ ଦେଇ ଅଙ୍ଗନବାଡି ଭାବେ କାର୍ଯ୍ୟ କରୁଥିବା ମହିଳା ମାନଙ୍କୁ ବରିଷ୍ଠତା ଭିତିରେ ଆଇସିଡ଼ିଏସ ସରକାରୀ ସୁପର ଭାଇଜର ଭାବେ ପ୍ରମୋସନ ଦିଆଯାଉ ଏବଂ ସିବିଏସି ସାର୍ଟିଫିକେଟ ଯୋଉ ମାନେ ଦେଇଛନ୍ତି ତାଙ୍କର ସାର୍ଟିଫିକେଟ ଭେରୀ ଫାଏ କରିବାକୁ ସଙ୍ଘ ଅନୁରୋଧ କରିଛି l

କାର୍ଯ୍ୟକ୍ରମ ରେ ଅଲ ଓଡିଶା ଲେଡ଼ିଜ ୱାର୍କରସ ଆସୋସିଏସନ ର ସୋନପୁର ଜିଲ୍ଲା ସଭାପତି ମମତା ପଣ୍ଡା, ସମ୍ପାଦକ ପୁଷ୍ପାଞ୍ଜଳି ଦାଶ, ରାଜ୍ୟ ସମ୍ପାଦିକା ଗୀତାଞ୍ଜଳି ପୂଜାରୀ,ସଙ୍ଘ ସଦସ୍ୟ ରାଜେଶ୍ୱରୀ ପଟ୍ଟନାୟକ ସୌଦାମିନୀ ସାହୁ, ପ୍ରଭାତୀ ବାରିକ,ଅଞ୍ଜଳି ଭୋଇ, ଜ୍ୟୋତି ଶ୍ରୀ ବେହେରା,ଟିଲୋତମା ବାଘ, ପଦ୍ମିନୀ ସାହୁ,ଗୀତାଞ୍ଜଳି ରଣା,ଆରତୀ ଦେହେରି,କଳ୍ପନା ମିଶ୍ର ଏବଂ ସଙ୍ଘର ଅନେକ କର୍ମକର୍ତା ଉପସ୍ଥିତ ଥିଲେ l