ହରଭଙ୍ଗା :୩୦/୧୨ ( ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ଦୁଇଦିନ ଧରି ୫ ମ ବାର୍ଷକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବ ରେ ଶିକ୍ଷକ ଜ୍ୟୋତି ରଞ୍ଜନ ନାଏକ, କ୍ରୀଡା ଶିକ୍ଷକ ସୁଦାମ ଚନ୍ଦ୍ର ରାଉତ ଙ୍କ ତତ୍ଵାବଧାନରେ ବିଦ୍ୟାଳୟ ର ଛାତ୍ର ସୁଭାଶିଷ ଭୋକ୍ତା ପୁରୁଣାକଟକ ହନୁମାନ ମନ୍ଦିରରୁ ଦିବ୍ୟ ଜ୍ୟୋତି ଆଣି ଖେଳ ପଡିଆରେ ଅବସ୍ଥାପିତ କରିଥିଲେ l ପରେ ବିଦ୍ୟାଳୟ ର ଅଧକ୍ଷ କମ୍ଭୁ ପ୍ରସାଦ ଲୁହା ଙ୍କ ସଭାପତିତ୍ୱ ରେ ଅlନୁଷ୍ଠାନିକ ଭାବେ ଖେଳ ପତାକା ଶୁଭ ଉଦ୍ଘାଟନ କରାଯାଇଥିଲା l

ଉକ୍ତ ପ୍ରତିଯୋଗିତା ରେ ନଅ ଗୋଟି ବିଭାଗ ରେ ମୋଟ ବିଦ୍ୟାଳୟ ର ୧୪୫ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଜାଭଲିଂ ଥ୍ରୋ ରେ ବରିଷ୍ଠ ବିଭାଗ ର ନିରାକାର ଚାଉଳିଆ, ଶୋଭାଶିଷ ଭୋକ୍ତା, ଦେବାଶିଷ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗ ର କନିଷ୍ଠ ବର୍ଗର ଉଚ୍ଚ ଡିଆଁ ରେ କଳ୍ପନା ଦେହୁରୀ,ଦୃଷ୍ଟି ଘୋଷ ଓ ଅଭିପ୍ସା ରଣା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଉଦଯାପନି ଦିବସରେ ହରଭଙ୍ଗା ଗୋଷ୍ଠି ଶିକ୍ଷାଧିକାରୀ ଅକ୍ଷୟ କୁମାର ଲୁହା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ମଂଚାସୀନ କାର୍ଯ୍ୟକ୍ରମ ରେ ହିନ୍ଦୀ ଶିକ୍ଷକ ସୋନୁ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶୁଭ୍ର ଜ୍ୟୋତି ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କ୍ରୀଡା ଉତ୍ସବ ଦୁଇଦିନ ଧରି ଚାଲିଥିବା ବେଳେ ଖେଳ ଶିକ୍ଷକ ଙ୍କ ତତ୍ଵାବଧାନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ରୀଡା ଧ୍ୱଜାବତରଣ କରି କ୍ରୀଡାର ଉଦଯାପନୀ ଘୋଷଣା କରିଥିଲେ l