ମୁନିଗୁଡା:୩୦।୧୨ (ରମାକାନ୍ତ ପଡାଲ)ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୁଜାରେ ବିଶ୍ୱହିନ୍ଦୁ ପରିଷଦର ୪୫ ଟି ପ୍ରାନ୍ତର ପ୍ରତିନିଧି ମାନେ ଯୋଗ ଦେଇଥିଲେ ଏବଂ ପୂଜା ହୋଇଥିବା କଳସ ଗୁଡିକୁ ନିଜ ନିଜ ପ୍ରାନ୍ତକୁ ନେଇଛନ୍ତି।

ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ସମ୍ବଲପୁରରେ ଆସି ପହଞ୍ଚିବା ପରେ ଚଳିତ ମାସ ୨୬ ତାରିଖ ଦିନ ପୂଜାର୍ଚ୍ଚନା କରିସାରିଲା ପରେ ପ୍ରତ୍ୟେକ ସ୍ଥାନକୁ ପଠା ଯାଇଥିବା ବେଳେ ଆଜି ଅମ୍ବାଦଳା ଠାରେ ଏହି ପବିତ୍ର ଅକ୍ଷତ କଳସ ପହଞ୍ଚି ଥିଲା।ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ଅମ୍ବାଦଳା ମେଡିକାଲ ଛକ ଠାରୁ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ପାଛୋଟି ନେଇଥିଲେ।

ସେଠାରେ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକ୍ରିତନ୍ ର ବ୍ୟବସ୍ଥା ହୋଇଛି। ପରେ ପବିତ୍ର ଅକ୍ଷତ ଆଖପାଖ ପ୍ରତ୍ୟେକ ଗ୍ରାମକୁ ପଠାଯିବାର କାର୍ଯ୍ୟକ୍ରମ ଅଛି lଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଲା ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ଶୁଭ କଳସ ସ୍ବାଗତ ସମୟରେ ଅକ୍ଷୟ କୁମାର ରଥ, ସିମାଞ୍ଚଳ ପାତ୍ର, ଅର୍ଜୁନ ପାତ୍ର, କଷ୍ଟ ଗୁଡରିଆ,ବିଦ୍ୟାଧର ସାହୁ, ଶିମାଞ୍ଚଳ ରଣା ପ୍ରମୁଖ ଅକ୍ଷତ କଳସକୁ ମସ୍ତକରେ ଧାରଣ କରି ନଗର ପରିକ୍ରମା କରିଥିବା