ବଲାଙ୍ଗୀର ବ୍ୟୁରୋ :୩୦/୧୨(ନରେନ୍ଦ୍ର ନେଗୀ)ଆଜି ଦେଓଗାଁ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ କୁମାର ମିଶ୍ର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି ଓ ସମସ୍ତ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ତା ସହିତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ, ସର୍ବ ପ୍ରଥମେ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ସରପଞ୍ଚ ଓ ସମିତିସଭ୍ୟ ମାନେ ନିଜ ନିଜ ପଂଚାୟତ ର ସମସ୍ୟା ଗୁଡିକ ଉପସ୍ଥାପନ କରିଥିଲେ

ଏହି ବୈଠକ ରେ ଅନେକ ଗୁଡିଏ ଉନ୍ନୟନମୂଳକ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ରେ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ ନାଁ ନ ଥିବାକୁ ନେଇ ଦୁଇ ଦଳ ମଧ୍ୟ ରେ ଯୁକ୍ତି ତର୍କ ହେବା ସହିତ ଦଳୀୟ ନେତା ଙ୍କ ନାମ ରେ ଜିନ୍ଦାବାଦ ର ସ୍ଲୋଗାନ ଦେଇଥିଲେ ଗୃହ ର ଆସନ୍ତୁଳିତ ପରିସ୍ଥିତି କୁ ନେଇ ସଭା କାର୍ଯ୍ୟ କୁ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା, ଏବଂ ଏହାପରେ ବୈଠକ ର ଏଜେଣ୍ଡା ଅନୁଯାଇ ସଭା କାର୍ଯ୍ୟ କୁ ପୁନଃ ଆରମ୍ଭ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟ ରେ ଆଲୋଚନା କରାଯାଇଥିଲା