ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ତିଳେଶ୍ୱର ଲାଲ ବାହାଦୂର ସରକାରୀ ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ଷଷ୍ଠ ଦିନରେ ପହଁଚିଛି l ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଏକ କେ କ୍ଲବ ସହିତ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା l ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଅନୁଗୁଳ ଦଳ ଖେଳର ପ୍ରଥମାର୍ଦ୍ଧରେ ୨ ଟି ଗୋଲ ଦେଇଥିବା ବେଳେ ଖେଳର ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲେ ବି ଭୁବନେଶ୍ବର ଦଳ ଗୋଲ ପରିଷଦ କରିପାରିନଥିଲା ।

ଫଳରେ ଅନୁଗୁଳ ୨.୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ଅନୁଗୁଳ ଦଳ ସୋନପୁର ଦଳକୁ ଫାଇନାଲ୍ ମ୍ୟାଚରେ ଭେଟିବ । lମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା ଖେଳ ପରିଚଳନା କରିଥିଲେ l ଲାଇନ୍ସମେନ ଭାବେ ସଲିଲ ବେହେରା, ପ୍ରତାପ ପ୍ରଧାନ ଏବଂ ଫୋର୍ଥ ରେଫର ବଳରାମ ବେହେରା ଦାୟିତ୍ୱ ତୁଲାଇଥିଲେ l

ଜିଲ୍ଲା ଫୁଟବଲ ଆସୋସିଏସନ ସମ୍ପାଦକ ଯୁଗଳ କିଶୋର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୮ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ତାରାମଣି ପ୍ରଧାନ , ଯୁବ ଶିଳ୍ପପତି ପ୍ରଶାନ୍ତ କୁମାର ମହାକୁଡ଼ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ବଜାର ଆସୋସିଏସନ ର ସଭାପତି ଅର୍ଜୁନ ପ୍ରଧାନ, ବିଜ୍ଞାନ କର୍ଣ୍ଣ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ବିକ୍ରମ ପ୍ରଧାନ, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, ମହେଶ୍ୱର ମହାନ୍ତି,ଙ୍କ ସମେତ ଆସୋସିଏସନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l