ଯାଜପୁର:ଯାଜପୁର ବ୍ଲକ ନୂଆପଡା କ୍ରିକେଟ ଷ୍ଟାଡିୟମରେ ଅଶୋକ ଦାସ ମେମୋରିଆଲ ଅଲ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି। ମେଲବର୍ଣ କ୍ରିକେଟ କ୍ଲବ, ଯାଜପୁର କ୍ରିକେଟ ଆସୋସିଏସନ ଏବଂ ଅଶୋକ ଦାସ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତା କୁ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ଉଦଘାଟନି ମ୍ୟାଚ ଯାଜପୁର ମେଲବର୍ଣ କ୍ରିକେଟ ଏବଂ କଳିଙ୍ଗ ନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କ ସ୍ମୃତି ରେ ଏହି କ୍ରିକେଟ ଟୁର୍ଣ୍ଣାମେଂଟ ପ୍ରତିବର୍ଷ ଆୟୋଜନ କରାଯାଉଛି। ଏହା ଆସନ୍ତା ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ, ରାଜ୍ୟ ତଥା ରାଜ୍ୟ ବାହାର ର ଟିମ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।