ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲରେ ଚିଙ୍ଗେରମୁଣ୍ଡା ଓ ସିହିନି ଦଳ ମଧ୍ୟରେ ଖେଳ ଖେଳିଥିଲେ, ସମୟ ସୀମା ଭିତରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ପେନାଲ୍ଟି ସୁଟ ଆଉଟ୍ ଖେଳା ଯାଇଥିଲା।

୩ ଗୋଲ ଦେଇ ଚିଙ୍ଗେରମୁଣ୍ଡା ଦଳ ବିଜୟୀ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ଶ୍ରୀ ସଞ୍ଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଫୁଟବଲ୍ ଖେଳାଳି ବଳରାମ ପୁଟେଲ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରେଫରି ଭାବରେ ଦାୟିତ୍ଵ ତୁଲାଇଥିଲେ କରନ୍ ଦ୍ଵିପ, ସାଗର ରତେଇ, ସଞ୍ଜୀବ ମହାରଣା।

ଏହି ପ୍ରତିଯୋଗିତାକୁ ଆୟୋଜନ କରିଥିଲେ ହାଟପଦା ପଡ଼ା ଜୁନିଅର ଫୁଟବଲ ଟିମର ଅଜୟ ସରାଫ, ମାଧବ ଆଡଯୁଆଡ, ବିକାସ ବେହେରା, ସାନେ ବାଗ, ରଞ୍ଜିତ ଦ୍ଵିପଙ୍କ ସହ ଅନ୍ୟାନ୍ୟ ଟିମ ସଦସ୍ୟ ସହଯୋଗ କରିଥିଲେ।