ହରଭଙ୍ଗା :୨୧ /୧୧  (ଚିତ୍ତରଞ୍ଜନ ସିଂହ) ) ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ଭୈରବୀ ଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ର ଉଦଯାପନୀ ସନ୍ଧ୍ୟା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି!ଏହି ଉଦଯାପନୀ ସନ୍ଧ୍ୟାରେ ଅଞ୍ଚଳର ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ବିଭିନ୍ନ ନୃତ୍ୟ ଗୀତ ପରିବେଶଣ ହୋଇଥିଲା lଏବଂ ମା ଙ୍କ ଠାରେ ସନ୍ଧ୍ୟାରେ ୧୦୮  ଆଳତି ଅର୍ପଣ କରାଯିବାପରେ ମଞ୍ଚ କୁ ଆମନ୍ତ୍ରିତ ଅତିଥିଙ୍କୁ ନିମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରାଯାଇଥିଲା!ଏହି ମହୋତ୍ସବ ର ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟା ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇଥିଲେ l

ଅନ୍ୟତମ ଅତିଥି ଭାବେ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର, ଏସପି ରାଜ ପ୍ରସାଦ,ଆଠମଲ୍ଲିକ ରୋଟାରି କ୍ଳବ ସମ୍ପାଦକ ଅର୍ଜୁନ ସାହୁ, ବରିଷ୍ଠ ଆଇନ ଯିବି ଅଶୋକ ସାହୁ, ସାମ୍ବାଦିକ ଶଶାଙ୍କ ମିଶ୍ର, ଏବଂ ମହୋତ୍ସବ କମିଟି ସଭାପତି ଅଶୋକ ଅଗ୍ରୱାଲ, ସମ୍ପାଦକ ଅଶୋକ ସେଠି ପ୍ରମୁଖ ମଞ୍ଚସିନ ଥିଲେ ! କମିଟି ର ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ, ମନୋଜ ପାଠି, ପ୍ରଶାନ୍ତ ସେଠି କାର୍ଯ୍ୟ ତୁଲାଇ ଥିଲେ ,l ଉଦଯାପନୀ ସନ୍ଧ୍ୟାରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ନୃତ୍ୟଗୀତରେ ମହୋତ୍ସବ ପଡିଆ ଦର୍ଶକ ଝୁମିଥିଲେ l

କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଭାବନାର ଏହି ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା କମିଟି ପକ୍ଷରୁ ଦୀର୍ଘ ୬ ଦିନ ଧରି ଦର୍ଶକ ଙ୍କୁ ଶୀତୁଆ ସନ୍ଧ୍ୟା ରେ ବାନ୍ଧି ରଖିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କମିଟି ର ଉପସଭାପତି ସରୋଜ ପ୍ରଧାନ,ଆବାହକ ବିଭୁଦତ୍ତ ବୋଷ,ସହ ସମ୍ପାଦକ ସୁବାସ ପ୍ରଧାନ , ସତୀଶ ବେହେରା,ବିଜୟ କହଁ ର, ସୁକାନ୍ତ ପଟ୍ଟନାୟକ,କୈଳାସ ଅଗ୍ରୱାଲା, ମନୋଜ ସାହୁ, ବିଜୟ କହଁର,ସରୋଜ ପ୍ରଧାନ, ସତ୍ୟ ନାୟକ, ଶୁଭର୍ଜିତ ପ୍ରଧାନ, ଅଜିତ ଦେହୁରୀ, ନାରଦ ସେଠି,ଅକ୍ରୁର ସେଠି, ପୁର୍ଣ ଚନ୍ଦ୍ର ଭୋଇ, ନାରାୟଣ ମହାନ୍ତି, ବିକାଶ ମିଶ୍ର, ମନୋଜ ପାଢ଼ୀ ,ପ୍ରମୁଖ ମହୋତ୍ସବ ଓ ଭୈରବୀ କ୍ଳବର ର ସମସ୍ତ ସଦସ୍ୟ, ହରଭଙ୍ଗା ବ୍ଳକ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ପୋଲିସ ବାହିନୀ,ପ୍ରମୁଖ ସହଯୋଗ କରିଥିଲେ l ମହୋତ୍ସବ 6 ଦିନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ମିନବଜାର,ପଲ୍ଲୀଶ୍ରୀ ମେଳା ଗୁଡିକରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା।