ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମା ଭୈରବୀ ଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି!ଏହି ଦ୍ୱିତୀୟ ସନ୍ଧ୍ୟାରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଶଣ ଏବଂ ମା ଙ୍କ ଠାରେ ସନ୍ଧ୍ୟା ଆଳତି ଅର୍ପଣ କରାଯାଇଥିଲା!

ପରେ ମଞ୍ଚ କୁ ନିମନ୍ତ୍ରିତ ଅତିଥି ଙ୍କୁ ଆମନ୍ତ୍ରିତ ଓ ପରିଚୟ ପ୍ରଦାନ କରାଯାଇଥିଲା!ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶିବାନୀ ଦାସ,୮ ନଂ ଜିଲ୍ଲାପରିଷଦ ତାରାମଣୀ ପ୍ରଧାନ,ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ରାଜ୍ୟ ସଂସ୍କୃତି ଓ କଲାପରିଷଦ ଅଧକ୍ଷ ଲଷ୍ମୀଧର ସାହୁ, ପୁରୁଣାକଟକ ପଞ୍ଚାୟତ ସମିତି ମେମ୍ବର ସରୋଜ ପ୍ରଧାନ ଓ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ!ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ,ମନୋଜ ପାଠି ତୁଲାଇ ଥିବା ବେଳେ ଅଶୋକ ମହାନ୍ତି ସଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ ,l

ସନ୍ଧ୍ୟା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସ୍କୁଲ,ଭୈରବୀ +2ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତିଲେଶ୍ୱର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ, ପୁରୁଣାକଟକ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଓଡ଼ଶୀ, ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ଗୀତ ସହିତ ଆଦିନୃତ୍ୟ କଳା ଏକାଡେମୀ -କଲିକତା, ସୃଷ୍ଟି ଗୋଟିପୁଅ ନୃତ୍ୟ ପୁରୀ, ଆଦିବାସୀ ନୃତ୍ୟ ଫୁଲବାଣୀ ଦର୍ଶକ ଙ୍କୁ ମୁଗ୍ଧ କରିଥିଲା!ଉକ୍ତ କାର୍ଯ୍ୟକ୍ରମ ରେ କମିଟି ର ଉପସଭାପତି ସରୋଜ ପ୍ରଧାନ,, ଆବାହକ ବିଭୁଦତ୍ତ ବୋଷ,ସମ୍ପାଦକ ଅଶୋକ ସେଠି,ସହ ସମ୍ପାଦକ ସୁବାସ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ପ୍ରଧାନ, ଶୁଭ୍ରଜିତ ପ୍ରଧାନ,ସଦସ୍ୟ ସତୀଶ ବେହେରା,ବିଜୟ କହଁ ର, ସୁକାନ୍ତ ପଟ୍ଟନାୟକ,କୈଳାସ ଅଗ୍ରୱାଲା, ସରୋଜ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟଙ୍କ ସଂପୂର୍ଣ ସହଯୋଗ