ନୂଆ ଜୀବନ ଫେରି ପାଇ ବଞ୍ଚିବାର ଅଶା ସଞ୍ଚାର ହେଲା ଗରିବ ପରିବାରରେ

କାଶୀପୁର:(ଅଞ୍ଜନ କୁମାର ନାଏକ)ଆଜ୍ଞା ହଁ ଘଟଣା ଟି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ଶାଗବରୀ ଗ୍ରାମର ବୋଲି ଜଣା ପଡିଛି।ଗ୍ରାମର ଲୋକନାଥ ମାଝୀ ବୟସ ୩୫, ସେ ଜଣେ ଦୌନିକ ଖଟିଖିଆ ମଜୁରିଆ, ୬ଜଣ ପରିବାରରେ ସ୍ତ୍ରୀ ଓ ଚାରି ଛୁଆ। ଘଟଣା ହେଲା ଲୋକନାଥ କିଛି ମାସ ପୂର୍ବରେ ଲାଇନ ମେନ ଭାବେ ଏକ ଇଲେକ୍ଟ୍ରି କାମ କରୁଥିଲେ ଦୁର୍ଭାଗ୍ୟ ବସତି ମୁଖ୍ୟ ବିଦୁତ ତାର ସଂସ୍ପସରେ ଆସିଯାଇଥିଲେ, ଯାହା ଫଳରେ ତାଙ୍କ ହାତ ଗଡ଼ ଓ ମୁଣ୍ଡ ପ୍ରାୟ ଯଳି ଯାଇଥିଲା।

ଗ୍ରାମବାସୀ ଓ ଲୋକନାଥ କହିବାନୁଯାଇ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କରାପୁଟ ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମହପୁର ମୁଖ୍ୟ ଚିକିତ୍ସା ଳୟ ଏବଂ ପରିଶେଷରେ କଟକ ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତର କରାଯାଇଥିଲେ। କିନ୍ତୁ ଚିକିତ୍ସା ରେ ଅର୍ଥର ଅଭାବହେତୁ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳି ପାରିନଥିଲା। ଯଦ୍ୱାରା ସେ ନିଜ ଘରେ ଅନେକ ଦିନରୁ ଅତି ସଙ୍କଟ ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ଶରୀର ପଚିବାରେ ଲାଗି ଏକପ୍ରକାର ପୋକ ସଦୃଶ ଜୀବାଣୁ ସୃଷ୍ଟି ହେବାରେ ଲାଗିଥିଲା।

ଏହାରି ଭିତରେ ଶାଗବରୀ ଗ୍ରାମର କିଛି ବ୍ୟକ୍ତି ବିଶେଷ ମୈତ୍ରୀ ଇନ୍ଫ୍ରା ମାଇନିଂ ଏଲଟିଡି କମ୍ପାନୀ ଅଧକ୍ଷ ଶ୍ରୀ ଶ୍ରୀନୁବାସ ରାଙ୍କୁ ଲୋକନାଥଙ୍କ ବିଷୟରେ ଅବଗତ କରିଥିଲେ।ଏହାରି ମଧ୍ୟରେ ଶ୍ରୀ ଶ୍ରୀନିବାସ ରାଓ ତୁରନ୍ତ ସାହାଯ୍ୟର ହତାବଢ଼ାଇ ଲୋକନାଥକୁ ବିଶାଖାପାଟଣା ସ୍ଥିଥ ଆପୋଲୋ ହସ୍ପିଟାଲ ରେ ଭର୍ତ୍ତି କରି ଆବଶ୍ୟକତା ଚିକିତ୍ସା ହେତୁ ଦଶ ଲକ୍ଷ୍ୟ ଟଙ୍କାର ସମ୍ପୂର୍ଣ ଅର୍ଥ ବହନ କରି ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ସହ ସଫଳ ଅସ୍ତ୍ର ପ୍ରଚାର କରାଇଥିଲେ। ପରିବାର ପକ୍ଷରୁ ଓ ଗ୍ରାମବାସୀ ମୈତ୍ରୀ ଅଧକ୍ଷଙ୍କୁ ପ୍ରସଂଶା ସହ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ରାଓଙ୍କ ଏହି ପ୍ରସଂସନୀୟ ପଦକ୍ଷେପ ଓ ଏକ ମାନବିକତାର ପରିଚୟ ପ୍ରତିପାଦନ କରିଥିବା ହେତୁ ସମଗ୍ର ଜିଲାରେ ପ୍ରସଂଶା କରାଯାଉଛି।