ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ପଲସାଗୋରା ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁରାସରଙ୍କ ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବୌଦ୍ଧ ଜିଲ୍ଲାର ପଲସାଗୋରା ସ୍ୱସ୍ତିକ କ୍ଳବ ପକ୍ଷରୁ ୨୫ ତମ ଗଜଳଷ୍ମୀ ପୂଜା ଅବସରରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମୁରାସୁର ଦରବାର ଅନୁଷ୍ଠିତ ହୋଇଥିଲା ।

ଉକ୍ତ ରାଜ ଦରବାରରେ ଅନ୍ୟ ଅତିଥି ମାନଙ୍କ ସହ ନିମନ୍ତ୍ରିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ପଂଚାୟତ ରାଜ ଓ ପାନୀୟ ଜଳ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ ଏବଂ ନିଜର ବକ୍ତବ୍ୟ ରଖିଥିଲେ ।ଏହାପରେ ଯୁବରାଜ ମୁରାସର ଅଞ୍ଚଳରେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ତିନି ବିଭାଗ ର ତିନୋଟି ପ୍ରଶ୍ନ କରିଥିଲେ ।

ପ୍ରଥମ ପ୍ରଶ୍ନରେ ଅଞ୍ଚଳରେ ଓ ପଲସାଗୋରାରେ ବୃକ୍ଷ ରୋପଣ ଏପର୍ଯ୍ୟନ୍ତ କାହିଁକି ବୃକ୍ଷ ରୋପଣ କରା ଯାଇ ନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ ବିଶେଷ କରି ଅଞ୍ଚଳରେ ପିଇବା ପାଣି ସୁବିଧା ସୁଯୋଗ ହୋଇନାହିଁ କାହିଁକି ଏବଂ ପ୍ରଚାର ପ୍ରସାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ମୁରାସୁରଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଶୀଘ୍ର ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।