ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଓ ଆଠମଲ୍ଲିକ ଭାଗବତ ପ୍ରେମୀ କଳାକାର ମାନଙ୍କୁ ନେଇ ଆଜି ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂକୃତି ଓ କଳା ପରିଷଦ ବୌଦ୍ଧ -ଆଠମଲ୍ଲିକ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲକ୍ଷ୍ମୀଧର ସାହୁ, ସମ୍ନାନୀତ ଅତିଥିଭାବେ ପୁରୀଜିଲ୍ଲା ସଂସ୍କୃତି ଓ କଳା ପରିଷଦ ସଭାପତି ନିରଞ୍ଜନ ଶାସମଳ, ବୌଦ୍ଧ -ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ସଭାପତି ପ୍ରେମାନନ୍ଦ କର୍ଣ୍ଣ, ସମ୍ପାଦକ ଧବଳେଶ୍ୱର ପ୍ରଧାନ, ଅବସର ପ୍ରାପ୍ତ ବିଡ଼ିଓ ରାହାସ ନାଏକ, କିଶ୍ବର ନଗର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଦେବରାଜ ପ୍ରଧାନ, ପବିତ୍ର ମୋହନ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ!

ଉକ୍ତ ଆଲୋଚନା ଚକ୍ର ରେ ଶ୍ରୀ ସାହୁ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପରିଷଦର ମୁଖ୍ୟ ପୃଷ୍ଟପୋଷାକ ତଥା ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡ଼ଃ. ପ୍ରଭାତ ରଞ୍ଜନ ବିଶ୍ୱାଳ, ଙ୍କୁ ଅବଗତ କରାଇବେ ବୋଲି ପ୍ରକାଶ କରିବା ସହିତ ପରିଷଦର ଉପଦେଷ୍ଟା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଙ୍କୁ ମଧ୍ୟ ଅବଗତ କରାଇବେ ବୋଲି ମତ ରଖିଥିଲେ!

ଶ୍ରୀ ଶାସମଳ ଜଗନ୍ନାଥ ସଂସ୍କୃତି ଓ ଭାଗବତ ସଂକୃତି ଉପରେ ଆଲୋଚନା କରିଥିଲେ!ଉକ୍ତ ଆଲୋଚନା ଚକ୍ର ରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୋଇଲିସୂତା, ଯଟେସିଙ୍ଗା,,ଓ ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଭଗାମୁଣ୍ଡା, ମଦନପୁର, ଚନ୍ଦ୍ରପୁର, ସୋରିଷ ପଙ୍କ, ହିଁସାହି, ବିଜପୁର, କଣ୍ଠପଡା, ଆଦି ଗ୍ରାମର ଭାଗବତ ପ୍ରେମୀ ଭକ୍ତ ଓ କଳାକାର ମାନେ ଉପସ୍ଥିତ ରହିଥିଲେ!ଶେଷରେ ଆଲୋଚନା ଚକ୍ର ଟିକୁ ଗଦାଧର ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ!

ADVT