ଭବାନୀପାଟଣା:୧୯/୦୯ (ନରେନ୍ଦ୍ର ନେଗୀ)ଜନୈକା ନାବାଳିକାକୁ ଖରାପ ବ୍ୟବହାର ଅଭିଯୋଗରେ ମଙ୍ଗଳବାର କଲମପୁର ପୋଲିସ ଜଣେ ଯୁବକକୁ ପୋକସୋ କୋଟ ଚାଲାଣ କରିଛି lସୂଚନାନୁଯାୟୀ, ସୋମବାର କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିଲେ l ପରିବାର ଲୋକେ ବାହାରକୁ କାମ କରିବାପାଇଁ ଯାଇଥିଲେ l

ଏହାର ସୁଯୋଗ ନେଇ ଇଚ୍ଛାପୁର ଗ୍ରାମର ପୂର୍ଣଚନ୍ଦ୍ର ମାଝୀ ନାମକ ଜଣେ ୨୫ ବାର୍ଷିୟ ଯୁବକ ସେହି ନାବାଳିକା ସହ ଖରାପ ବ୍ୟବହାର କରିଥିବା କଲମପୁର ଥାନାରେ ଅଭିଯୋଗ ହୋଇଥିଲା l ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ଏହି ଘଟଣାକୁ କଲମପୁର ପୋଲିସ ଗୁରୁତ୍ୱ ଦେଇଥିଲା l

ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ ନିଜେ ଏହି ଘଟଣାର ତଦନ୍ତ ଭାର ନେଇଥିଲେ l ଅଭିଯୁକ୍ତ ଯୁବକକୁ ଅଟକ ରଖି ତଦନ୍ତ କରିଥିଲେ l ମଙ୍ଗଳବାର ଡାକ୍ତରୀ ମlଇନା କରାଯାଇଥିଲା l ଏ ସମ୍ପର୍କରେ କଲମପୁର ଥାନାରେ 91/2023 ନମ୍ବର ମାମଲା ରୁଜ୍ଜୁ କରି ଅଭିଯୋଗ ଆଧାରରେ ଅଭିଯୁକ୍ତ ଯୁବକକୁ ଭବାନୀପାଟଣା ପୋକ୍ସୋ କୋଟକୁ ଚାଲାଣ କରିଛି l