ଭବାନୀପାଟଣା:୧୯/୦୯ (ନରେନ୍ଦ୍ର ନେଗୀ)ମଙ୍ଗଳବାର ସକାଳେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଛଅ ଜଣ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି lସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଠକୁରା ଗ୍ରାମର ଏକ ପରିବାର ପାରିବାରିକ କାର୍ଯ୍ୟରେ OD 08 S 9363 ନମ୍ବର ଏକ ଅଟୋରେ ଜୁନାଗଡ଼ ଅଭିମୁଖେ ଯାଉଥିଲେ l

କଲମପୁର – ଜୁନାଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବଙ୍କାପଲା ଦାସିଗାଁ ମଝିରେ ଥିବା ଏକ ବୁଲାଣି ନିକଟରେ କଲମପୁର ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଧକ୍କା ଦେଇଥିଲା l ଫଳରେ ଅଟୋରେ ଥିବା ସମସ୍ତ ୯  ଜଣ ଗୁରୁତର ହୋଇଥିଲେ l ସେମାନଙ୍କୁ କଲମପୁର ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l

ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୯  ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ନାଏକ( କାହ୍ନl – ୩୦ ), ପଦୁ ସରଣ ନାଏକ (୪୫ ) ଏବଂ ଅମୃତ ନାଏକ (୪୫ ) ଙ୍କୁ ଭବାନୀପାଟଣା ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ଛଅ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ପୋଲିସ ତଦନ୍ତ ଜାରି ରହିଛି