କଣ୍ଟାବାଞ୍ଜି ବ୍ୟୁରୋ:(ନରେନ୍ଦ୍ର ନେଗୀ)ତୁରେକେଲା ବ୍ଲକ କଣ୍ଟାବାଞ୍ଜି ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆ ଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ଭର୍ଦ୍ଧନ ଦିଆଯାଇଛି l ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ କମାଣ୍ଣ୍ଡୋ ଶ୍ରୀ ଗିରିରାଜ ସିଂ ମାଝି ଙ୍କ ଆହ୍ୱାନ କ୍ରମେ ଓ ବ୍ଲକ ସଭାପତି ଦୁଃଖୀ ଶ୍ୟାମ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l

ନବ ମନୋନୀତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୁଷୋତ୍ତମ ଧରୁଆ ଙ୍କୁ ଉପଢ଼କନ୍ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା l ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରେ ତୃଣମୂଳ ସ୍ତରରେ ସଂଘ କୁ ଆହୁରି ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ l

ତୁରେକେଲା ବ୍ଲକ କୁ ଆହୁରି ମଜବୁତ୍ କରିବା ପାଇଁ ବ୍ଲକ ରେ ସଂଯୋଜକ ଭାବେ ଘନଶ୍ୟାମ ଧରୁଆ , ବିଜୟ ମାଝି , ଲିଙ୍ଗରାଜ ମାଝି ଓ ଅର୍ଜୁନ ମାଝି , ନାରୀନେତ୍ରୀ ଭାବେ ଆଶା ଭୋଇ, ଲୟନ୍ତି ଭୋଇ,ଭୂମିସୁତା ସମରଥ , ଆଇନ ପରାମର୍ଶଦାତା ଭାବେ ଲଳିତ ମାଝି ଅଡିଟ ସେଲ ଭାବେ ହରିହର ମାଝି ଓ ଧନସିଂ ମାଝି , କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ମାଝି ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବର୍ଗେ ନଗର ସଭାପତି ,ଦୈତାରି ଭୋଇ ସମ୍ପାଦକ , ପ୍ରସୁଦନ ମାଝି କାର୍ଯ୍ୟକାରୀ ସଭାପତି ,ଯୋଗେଶ୍ୱର ମାଝି ପୂର୍ବତନ ବେଙ୍କ ମେନେଜର, ପୂର୍ଣ୍ଣଚନ୍ଦ୍ର ମାଝି ମୁରିବାହାଲ ବ୍ଲକ କାର୍ଯ୍ୟକାରି ସଭାପତି, ସଞ୍ଜୟ ମଲ୍ଲିକ ଦଳ ସମାଜ ସଭାପତି ପ୍ରମୁଖ ଉଦବୋଧନ ଦେଇଥିଲେ l ଅର୍ଜୁନ ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଶତାଧିକ ଆଦିବାସି ଯୋଗ ଦେଇଥିଲେ