କାଶୀପୁର( ଅଞ୍ଜନ କୁମାର ନାଏକ)ରାଜ୍ୟରେ ଦୁର୍ନୀତି ର ଗନ୍ଥା ଘର ରାୟଗଡା ଜିଲ୍ଲା, କିନ୍ତୁ ଭିଜିଲାନ୍ସ ଚଢ଼ାଉ ର ପ୍ରମୁଖ ସ୍ଥାନ ହେଉଛି କାଶୀପୁର ବ୍ଲକ। ବର୍ଷକ ମଧ୍ୟରେ ବ୍ଲକ ର ବିଭିନ୍ନ ବିଭଗାରେ ଭିଜିଲାନ୍ସ ଚଢ଼ାଉ ରେ ଦଶୀ ସାବ୍ୟସ୍ତ ହୋଇ ଜେଲ ଯାଉଥିବା ବେଳେ ସୁଧୁରିବାର ନା ନେଉ ନାହାନ୍ତି ଅଧିକାରୀ ମାନେ।

ଉପର ପକ୍ଷରେ ଆଜି କାଶୀପୁର ବ୍ଲକସ୍ଥିତ କାଶୀପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଦଶଟି ଠିକଣାରେ ଜିଲ୍ଲା ବାହାରେ ଅଲଗା ଅଲଗା ସ୍ଥାନରେ ଆଜି ପାହାନ୍ତିଆ ୪ ଘଣ୍ଟା ସମୟ ଠାରୁ ଏକା ସଙ୍ଗେ ତନଘନା ତଦନ୍ତ କାର୍ଯ୍ୟ ଜାରିଥିବା ଦେଖିବାକୁ ମିଳିଛି।
ସୂଚନାମୁତାବକ ବିଭାଗରେ ଏକାଥନୀୟ ଦୁର୍ନୀତି ହୋଇଥିବା ସହ ଆୟବହିର୍ଭୁତ ସମ୍ପତି ଥିବା ଭିଜିଲାନ୍ସ ବିଭାଗକୁ ହସ୍ତଗତ ହୋଇଥିବା ସୂଚନା ମିଳୁଛି।

କାଶୀପୁର ରେଭିଜିଲାନ୍ସ ଚଢ଼ାଉ ବେଳେ ଏଡିସନାଲ SP ଭିଜିଲାନ୍ସ ଅନନ୍ତ ପ୍ରଶାଦ ମଲିକଙ୍କ ଉପସ୍ଥିତ ରେ ରାୟଗଡା ଭିଜିଲାନ୍ସ DSP ସୂର୍ଯ୍ୟକାନ୍ତି ଟାକିରି, ଭିଜିଲାନ୍ସ ଇନ୍ସପେକ୍ଟର ସୂର୍ଯ୍ୟ ପ୍ରକାଶ ନାଏକଙ୍କ ସମେତ ଏକ ଛଅ ଜଣିଆ ଟିମ ଯାଞ୍ଚ ରେ ସାମିଲ ହୋଇଥିଲେ।
ବର୍ତମାନ ଦେଖିବାକୁ ବାକି ରହିଲା ଆଗକୁ କେଉଁ ପ୍ରକାର ପଦକ୍ଷେପ ନେଉଛି ଭିଜିଲାନ୍ସ ବିଭାଗ।