କେସିଙ୍ଗା (ପ୍ରୀତେଶ ପଟେଲ)କେସିଙ୍ଗା ବାର୍ ସଂଘ ର ଏକ ଜରୁରୀକାଳୀନ ପଦାଧିକାରୀ ବୈଠକ ୧୩.୦୯.୨୦୨୫ ତାରିଖରେ ସମ୍ପନ୍ନ କରାଗଲା। ଏହି ବୈଠକରେ ମୂଖ୍ୟତଃ ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ୍ ଦ୍ବାରା ଜାରି କରାଯାଇଥିବା ପତ୍ର ସଂଖ୍ୟା ୪୮୪୮, ତାରିଖ ୨୫.୦୮.୨୦୨୫, ଯାହା କି ଓଡ଼ିଶା ର ସମସ୍ତ ବାର୍ ଆସୋସିଏସନ୍ ଗୁଡିକକୁ ଇମେଲ୍ ବା ଓ୍ବାଟ୍ସ୍ଅପ୍ ଜରିଆରେ ପଠାଯାଇଥିଲା; ଯାହାର ମୂଖ୍ୟ ବିଷୟବସ୍ତୁ ହେଲା ଯେଉଁ ଓକିଲ ମାନେ ଓକିଲାତି ବ୍ୟତୀତ ଯଦି ଅନ୍ୟ କିଛି ଅଫିସ୍ ଅଫ୍ ପ୍ରଫିଟ୍, ବ୍ୟବସାୟ ରେ ଲିପ୍ତ ରହନ୍ତି; ଉକ୍ତ ଓକିଲ ମାନେ ନିଜ ଓକିଲାତି ଲାଇସେନ୍ସ ଏକ ମାସ ମଧ୍ୟରେ ଫେରସ୍ତ କରିଦେବେ।

ଉକ୍ତ ବିଷୟରେ ଆଲୋଚନା କରାଗଲା ଓ ଗଣ ମାଧ୍ୟମ ଜରିଆରେ କେସିଙ୍ଗା ବାର୍ ଆସୋସିଏସନ୍ ର ସମସ୍ତ ସଭ୍ୟ ଏବଂ ସଭ୍ୟା ମାନଙ୍କୁ ଯଣା ଯାଉଛି ଯେ ଏହି ନିୟମ ଟି ଓଡ଼ିଶା ଷ୍ଟେଟ୍ ବାର୍ କାଉନସିଲ ଦ୍ବାରା ଲାଗୁ କରାଯାଇ ଥିବା ସହିତ, ଲାଇସେନ୍ସ ଫେରସ୍ତ କରିବାର ପ୍ରକ୍ରିୟା ଟି ତା ୦୧.୦୮.୨୦୨୫ ରିଖ ରୁ ଆରମ୍ଭ ହେଇଛି। ଏହା ସହିତ କେସିଙ୍ଗା ସହର ଓ ଗ୍ରାମାଞ୍ଚଳରେ କିଛି ଅସାମାଜିକ ବ୍ୟକ୍ତି ଓକିଲ ମାନଙ୍କ ନକଲି ଦସ୍ତଖତ କରି ଏଫିଡେଭିଟ୍ କରାଇ ବିଭିନ୍ନ ବ୍ୟାଙ୍କ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ବ୍ୟବହାର କରାଉଥିବା ବିଷୟରେ ଗମ୍ଭୀରତା ସହିତ ଆଲୋଚନା କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ସହିତ କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ାକଡ଼ି ଭାବେ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସଭାପତି ଚିତ୍ତରଞ୍ଜନ ଭୋଇ, ସାଧାରଣ ସମ୍ପାଦକ ଜୁଗଳ କିଶୋର ଦୀପ, ଉପ ସଭାପତି ଗୋଳକ ପ୍ରଧାନ, ଯୁଗ୍ମ ସମ୍ପାଦକ ସଂଜିବ ସ୍ବାଇଁ, କୋଷାଧ୍ୟକ୍ଷ ଶୁକାନ୍ତ ପଧାନ, କାର୍ଯ୍ୟକାରୀ ସଭ୍ୟ ହରି ତାଣ୍ଡି, ବୈକୁଣ୍ଠ ମହଲା, ଉଦିତ ପ୍ରଧାନ ଓ ଶମ୍ଭୁ ପଣ୍ଡା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।