ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ) ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ଓଡିଶା ରେ ମୌସୁମୀ ର ଶୀଘ୍ର ଆଗମନ ଦେଖୁବାକୁ ମିଳିଥିଲା l ଏବଂ ଏ ବର୍ଷ ଭଲ ବର୍ଷା ହେବା ଫଳ ରେ ଚଷା ପୁଅ ଶୀଘ୍ର ଚାଷ କାମ ଆରମ୍ଭ କରିଥିବା ମଧ୍ୟ ଦେଖିବାକୁ ମିଳିଥିବା ବେଳେ ସବୁ କ୍ଷେତ୍ର କୁ ଦେଖିଲେ ଚଳିତ ବର୍ଷ ବର୍ତମାନ ସମୟ ପର୍ଯ୍ୟନ୍ତ ଚାଷ ପାଇଁ ପାଣି ପାଗ ଅନୁକୂଳ ଥିବା ନେଇ ଚାଷୀଙ୍କ ଭିତରେ ଏକ ପ୍ରକାର ଆଲୋଚନା ହେଉଛି l ଏପଟେ ଆଷାଢ଼ ଯାଇ ଶ୍ରାବଣ ଆସିଛି l ଏହି ମାସରେ ଚାଷ ଜମି ରେ ପାଣୀର ଲହଡି ରେ ଚାଷ କାମ ଚଷା ପୁଅ ଆନନ୍ଦ ଉଲ୍ଲାସ ରେ କାମ କରିବା କଥା l କିନ୍ତୁ ଦିନକୁ ଦିନ ଜଳବାୟୁ ପରିବର୍ତନ ହେତୁ ବିଗୁଡିଛି ଦିନ କୁ ଦିନ ପରିବେଶ l ଝିପି ଝିପି ବର୍ଷା ରେ ଚଷା ଠୁ ଆରମ୍ଭ କରି ପଶୁ ପକ୍ଷୀ, ଓ ସାଧାରଣ ଲୋକ ପର୍ଯ୍ୟନ୍ତ ଭିଜିବା ବଦଳରେ, ଝାଳ ରେ ଭିଜୁଛି ମାନବ ସମାଜ l

ଏବଂ ଏହି ଜଳ ବାୟୁ ପରିବର୍ତନ ରେ ମାନବ ଜାତି ହିଁ ମୁଖ୍ୟଦାୟୀ, ଦିନକୁ ଦିନ ଜଙ୍ଗଲ ହ୍ରାସ, ପକ୍କା କୋଠା ବାଡ଼ି ନିର୍ମାଣ, ଅତ୍ୟଧିକ କଳକାରଖାନା, ଯାନ ବାହାନ ପାଇଁ ବାୟୁ ପ୍ରଦୂଷଣ ହିଁ ଯିବ ଜଗତ ଉପରେ ପ୍ରଭାବ ପଡୁଛି ବୋଲି ପରିବେଶ ବିତମାନେ ମତ ପ୍ରକାଶ ଦିଅନ୍ତି l ଫଳରେ ଦିନକୁ ଦିନ ଜଳ ବାୟୁ ପରିବର୍ତନ ହେବାସହ ଠିକ ସମୟରେ ଠିକ ଭାବରେ ହେଉନି ଋତୁ ଚାଳନ l ଶୀତ ଦିନରେ ଠିକ ଭାବରେ ଶୀତ ନହେବା ବର୍ଷା ଦିନରେ ବର୍ଷା ମଧ୍ୟ ଠିକ ଭାବରେ ହେଉନଥିବା ବେଳେ ଦିନକୁ ଦିନ କେବଳ ତାପମାତ୍ରା ବୃଦ୍ଧି ପାଇବା ରେ ଲାଗିଛି lଏପଟେ ଆକାଶରେ ମେଘମାଳ ମାଳ ମାଳ ହୋଇ ଭାସିଯାଉଥିବା ବେଳେ ବର୍ଷାର ଦେଖାନାହିଁ। ମେଘମାଳ ଭିତରୁ ସୁର୍ଯ୍ୟଙ୍କ ପ୍ରଖର ତାତି ଲୋକ ମାନଙ୍କୁ ଆଉ ଟିକେ ଅସ୍ତ ବ୍ୟସ୍ତ କରିପକାଉଛି ।

ଏହି ସମୟରେ ପ୍ରାୟ ସବୁ ଦିନ ବର୍ଷା ବରଷିବା କଥା କିନ୍ତୁ ଏବେ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଚାଷ କାର୍ଯ୍ୟରେ ବାଧାସୃଷ୍ଟି କରୁଛି। ଯେଉଁ ସମୟରେ ଚାଷ କ୍ଷେତରେ ପାଣିର ଲହଡି ଭାଙ୍ଗିବା କଥା ସେହି ସମୟରେ ଚାଷଜମି ସବୁ ଫାଟି ଆଁ କରିବାକୁ ବସୁଛି l ବର୍ତମାନ ଏଭଳି ଗୁଳୁଗୁଳି କୁ ନେଇ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡୁଥିବା ବେଳେ ଲୋକମାନେ ଦିନ ରାତି ଫ୍ୟାନ, ଏସି, କୂଲର ବ୍ୟବହାର କରିବାକୁ ବାଧ୍ୟ୍ୟ ହେଉଛନ୍ତି l ଏଭଳି ସମୟରେ ରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ନକରିବା କୁ ମଧ୍ୟ ସାଧାରଣ ରେ ଦାବି ହେଉଛି l

ସେପଟେ ଚାଷ କାର୍ଯ୍ୟ ରେ ଚଷା ଠୁ ଆରମ୍ଭ କରି ଶ୍ରମିକ ଶ୍ରେଣୀ ପର୍ଯ୍ୟନ୍ତ ଲୋକ ଖରା ଉତ୍ତାପ, ଗୁଳୁଗୁଳି ରେ ତ୍ରାହିତ୍ରାହି ଡାକୁଛନ୍ତି l ଅନ୍ୟପଟେ ବନ ବିଭାଗ ପକ୍ଷରୁ ବର୍ତମାନ ସମୟରେ ରେ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲୁଥିବା ବେଳେ ବୃକ୍ଷ ରୋପଣ ପାଇଁ ବିଭିନ୍ନ ସ୍ଥାନ ରେ ସଚେତନତା ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି l ଏବଂ ବୃକ୍ଷ ହିଁ ଜୀବନ ବୃକ୍ଷ ବିନା ଏ ମାନବ ସମାଜ ମୂଲ୍ୟ ହୀନ ହୋଇପଡିବ ଏକଥା କୁ ଏଡାଇ ଦିଆଯାଇ ନପାରେ ଏଥିପ୍ରତି ପ୍ରତ୍ୟକ ମାନବ ଯତ୍ନଶୀଳ ହେବା ସହ ବୃକ୍ଷ ରୋପଣ ଦିଗରେ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l