କେସିଙ୍ଗା :ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି ।ଲୋକ ତ ଲୋକ ସବ ଯିବା ପାଇଁ ରାସ୍ତା ଟେ ମିଳୁନାହିଁ ।ଯାହା ଦ୍ଵାରା ଗାଁ ଶ୍ମଶାନ କୁ ସବ ନେବା ରେ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳ ବାସି ଶେଷରେ କାଦୁଅ ପଚ ପଚ ରାସ୍ତାରେ ଦୁଇ କିଲୋମିଟର କାନ୍ଧରେ ବୋହି ମଶାଣି କୁ ବୋହିନେଲେ ପରିବାର ଲୋକେ ।ହଁ ଦର୍ଶକ ବନ୍ଧୁ ଏହି ଅଭାବନୀୟ ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କୁଣ୍ଡାବନ୍ଧ୍ ଗାଁର ।


ସୂଚନା ଅନୁଯାୟୀ କୁଣ୍ଡାବନ୍ଧ ଗାଁର ବୃଦ୍ଧା ସୁଭଦ୍ରା ମିଶ୍ରଙ୍କ ଦେହାନ୍ତ ହୋଇଥିଲା , ଶେଷକୃତ୍ୟ ପାଇଁ ଏକାଠି ହୋଇଥିଲେ ବନ୍ଧୁ ପରିଜନ ଓ ଗ୍ରାମବାସୀ । ମଶାଣି କୁ ରାସ୍ତା ନ ଥିବାରୁ ଶବ କୁ ବିଲ ହିଡ ରେ ନେବା ପାଇଁ ଚେଷ୍ଟା କରିଥିଲେ ପରିବାର ବର୍ଗ ଶେଷରେ ବିଫଳ ହୋଇ ମୃତଦେହକୁ ଜମି ଭିତରେ କାଦୁଅ ଭିତରେ କାନ୍ଧରେ ବୋହି ନେଇ ଯାଇଥିଲେ ୨କିଲୋମିଟର ଦୂରରେ ଥିବା ମଶାଣି କୁ ।


ରାଜ୍ୟ ସରକାର ଲୋକଙ୍କୁ ବିକଶିତ ଗାଁ ବିକଶିତ ଓଡ଼ିଶା ର ସ୍ବପ୍ନ ଦେଖାଉଥିବା ବେଳେ ଗାଁ ମଶାଣି କୁ ରାସ୍ତା ଖଣ୍ଡେ ନଥିବା ଯୋଗୁଁ କାଦୁଅ ଭିତରେ ମଶାଣି କୁ ସବ ବୁହା ହେବା ,ଗାଁ ଠାରୁ ସ୍ମଶାନ ପର୍ଯ୍ୟନ୍ତ ମାତ୍ର ଦୁଇ କିଲୋମିଟର ରାସ୍ତା ,ହେଲେ ରାସ୍ତା ନ ଥିବା ଯୋଗୁଁ ବର୍ଷା ଦିନେ ଏହି ଭଳି ସ୍ଥିତି ସୃଷ୍ଟି ହୋଇଥାଏ l ଏନେଇ ଗ୍ରାମବାସୀ ମାନେ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ପରେ ବି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ l