ନବରଙ୍ଗପୁର:(୨୨/୭)ବେଣୁ ଗୋପାଳ ରାଓ)- ଶ୍ରାବଣ ମାସର ୨ୟ ସୋମବାରରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘଣ୍ଟା କେଲିଆ ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେ ଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ଶ୍ରୀ ଝଡେଶ୍ଵର ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଠାରେ ପ୍ରାୟ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା |

ଉକ୍ତ ସ୍ଥାନରେ ପୂର୍ବତନ ବିଧାୟକ ଭୂଜବଳ ମାଝୀ, ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ଯା ତଥା ଜିଲ୍ଲା ଯୁବ କଂଗ୍ରେସ ସଭାନେତ୍ରୀ ଲିପିକା ମାଝୀ , ନବରଙ୍ଗପୁର ଜିଲ୍ଲା ବାରିକ ସଙ୍ଘ ର ସଭାପତି ଶ୍ରୀ ଏନ ଗଣି ବାବୁ ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ନୁରେନ ତନ୍ତୀ ଙ୍କ ସହ ଦଳୀୟ କର୍ମୀ ବୃନ୍ଦ ଉପସ୍ଥିତ ରହିଥିଲେ l ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଛି !ଏଥି ସହ ଡାବୁଗାଁ, ବିରିସୋଲା, ବାଘବେଢା ଓ ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା | କମିଟି କର୍ମକର୍ତ୍ତା ଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ, ଶୃଙ୍ଖଳିତ ଭାବେ ସମାପନ କରାଯାଇଥିଲା l