ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ର ରଥଯାତ୍ରା ପାଇଁ ପ୍ରଶାସନ ଠୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ।ଶୁଣାଯାଉଛି ଯେ ପୁରୀ କୁ ୧୦୦୦ବସ ଗଡେଇବେ ରାଜ୍ୟ ସରକାର। କିନ୍ତୁ ବସ ଗୁଡିକରେ ଯାତ୍ରୀ ସମସ୍ତେ ସୁରକ୍ଷିତ ତ ଏ ପ୍ରଶ୍ନ ଆଣିଛି ଆମ ଆଦମୀ ପାର୍ଟି।ମୋ ବସ ଯେଉଁଗୁଡିକ ଗ୍ରାମାଞ୍ଚଳକୁ ଯାଉଛି ସେ ବସ ର ଚକା ଫାଟି ଆଁ କଲାଣି,ବନ୍ଧ ରାସ୍ତା ଦେଇ ଗଲାବେଳେ ଯଦି ଭୁଲ ବଶତଃ ଖସିଯାଏ କଣ ହେବ ଯାତ୍ରୀ ଙ୍କ ଅବସ୍ଥା ପ୍ରାୟ ଗାଡିର ଟାୟାରରୁ ରବର ସରିଗଲାଣି ବା ଚକ ସରିଗଲାଣି ଯଦି ଏ ପରିସ୍ଥିତି ରେ କୌଣସି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ରହିବେ ସବୁଠୁ ବଡ଼ କଥା ହେଲା ମାର୍କୋପୋଲୋ ବସରେ ଏମଆରଏଫ ଟାୟାର ଲାଗିଛି ମାନେ ସବୁ ଚକା ଏମଆରଏଫର ହିଁ ଲାଗିବ କିନ୍ତୁ ଦେଖାଗଲା ଯେ ସବୁ ଗାଡିର ଅଲଗା ଅଲଗା କମ୍ପାନୀ ର ଚକ ଯାହାକି ରୀ ସୋଲିଙ୍ଗ ଟାୟାର ଲାଗିଛି।

ତା ମାନେ ନୂଆ ଟାୟାର କୁ କାଢି ପୁରୁଣା ଟାୟାର ଲଗାଯାଇଛି।ଗୋଟେ ଟାୟାର ର ଦାମ ପ୍ରାୟ ୨୦୦୦୦ଟଙ୍କା ତେବେ କେତେ ଟଙ୍କା ରେ କରବାର ହେଇଥିବ। ଅନୁସନ୍ଧାନ ରୁ ଜଣାପଡିଲା ଯେ ଗୋଟେ ମାର୍କୋପୋଲୋ ଟାୟାର ୪୦୦୦୦କିମି ଯାଇପାରିବ,କିନ୍ତୁ ଏ ସବୁ ଗାଡି ୪୦୦୦୦କିମି ଉପରେ ଗଡ଼ିଲାଣି,ଆଜି ରଥଯାତ୍ରା ର ଦ୍ୱତୀୟ ସମନ୍ୱୟ ବୈଠକ ରେ ମନ୍ତ୍ରୀ ଙ୍କ ଆଗରେ ଉପସ୍ଥାପନା କରାଯାଇଥିଲା। ମନ୍ତ୍ରୀ କହିଲେ ଏ ଘଟଣା ସାମ୍ନା କୁ ଆସିଲା ସେ ପଦକ୍ଷେପ ନେବେ। ସବୁଠାରୁ ବଡ଼ କଥା ହେଲା ପରିବହନ ବିଭାଗ ଏହି ବିଷୟରେ ଅବଗତ ନାହାନ୍ତି ନା ଭୁବନେଶ୍ୱରରେ ବସୁଥିବା ବାବୁ ବି ଜାଣିଥିବେ ଆଶ୍ଚର୍ଯ୍ୟ ର କଥା ରଙ୍ଗ ବଦଳେଇ ବସ ଚାଲୁଥିବା ସରକାର କେବଳ ନୂଆ ଯୋଜନା ରେ ଅଛନ୍ତି କିନ୍ତୁ ବାସ୍ତବତା ଓ ସୁରକ୍ଷା ଠାରୁ ଅନେକ ଦୂରତା ରେ ଅଛନ୍ତି ବୋଲି ପୁରୀ ଆପ ପକ୍ଷରୁ କୁହାଯାଇଛି।