ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକ ଶିଶୁପୁତ୍ର ଆଶ୍ରିବାଦ ସାହୁଙ୍କୁ ତାଙ୍କର ସମ୍ପକୀୟ ଦାଦା ପ୍ରଭାକର ସାହୁ ଓରଫ (ବାପି) ଗତ ୧୫/୦୪/୨୦୨୫ ରେ ଅପହରଣ କରି ଅତି ଅମାନୁଷିକ ଭାବରେ ହତ୍ୟା କରିବା ଏବଂ ଗତ କାଲି ଅର୍ଥାତ ଗତ ୨୧/୦୪/୨୦୨୫ ରେ ସମ୍ପୃକ୍ତ ନାବାଳକର ମୃତ ଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣାରେ ପୁରୀ ଜିଲ୍ଲାଠୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନଙ୍କ ଏକ ଟିମ ତଦନ୍ତ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ଛାତ୍ରଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 8834/2025 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଏସପି ପୁରୀ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |