
ପୁରୀ : (ମନୋଜ କୁମାର ବଳୀୟାରସିଂ)ବିଶ୍ୱ ଐତିହ୍ୟ ଦିବସ ଅବସରରେ ଐତିହ୍ୟ ସରଂକ୍ଷଣ ପରିଷଦ ,ପୁରୀ ପକ୍ଷରୁ ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଐତିହ୍ୟ ଦିବସ ପାଳିତ ହୋଇଯାଇଛି।ପରିଷଦର ସଭାପତି ଶ୍ରୀ ବିଭୁପ୍ରସାଦ ତ୍ରିପାଠୀଙ୍କ ସଭାପତି ତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ପରିଚୟ ଦେବା ସହିତ ସ୍ୱାଗତ ଭାଷଣ ଦେଇଥିଲେ।ପରିଷଦର ସମ୍ପାଦକ ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ ସମ୍ପାଦକୀୟ ବକ୍ତବ୍ୟ ରେ ଅନୁଷ୍ଠାନ ପ୍ରତିଷ୍ଠା ଦିନରୁ କିପରି ଐତିହ୍ୟ ପ୍ରତି ସଚେତନ ସୃଷ୍ଟି କରିଚାଲିଛି ତାହା ପ୍ରକାଶ କରିଥିଲେ ।
ଡାକ୍ତର ସୁରେଶ କୁମାର ମିଶ୍ର ଦିବସ ର ଅଭିମୁଖ୍ୟ ପ୍ରକାଶ କରି କହିଥିଲେ ଯେ ପୁରୀ ରେ ୨୮୪ଟି ଐତିହ୍ୟ ସ୍ଥାନ କୋଣାର୍କ ଅଞ୍ଚଳରେ୫୪ଟି ଓ ବ୍ରହ୍ମଗିରି ଅଞ୍ଚଳରେ୧୫୨ଟି ଐତିହ୍ୟ ସ୍ଥାନ ଠାବ କରାଯାଇ ତାଲିକା ପ୍ରସ୍ତୁତ ହୋଇଛି।ସେଗୁଡିକର ସରଙ୍ଖ୍ୟଣ କରା ନଗଲେ ଅଗଣିତ ଐତିହ୍ୟ ଲୋପ ହେଲାପରି ଏଗୁଡିକ ମଧ୍ୟ ଲୋପ ହେଇଯିବ।ଶ୍ରୀ ସଙ୍କରାନନ୍ଦ ମଠ ଟ୍ରଷ୍ଟ ବୋର୍ଡ ର ସଭାପତି ଶ୍ରୀ ଦୂର୍ଗା ପ୍ରସାଦ ମିଶ୍ର ଙ୍କୁ ଗବେଷକ ପଣ୍ଡିତ ସିଦ୍ଧାର୍ଥ ଆଚାର୍ଯ୍ୟ ଙ୍କୁ ଐତିହ୍ୟ ସମ୍ବର୍ଦ୍ଧନା ୨୦୨୫ ପ୍ରଦାନ କରାଯାଇଥିଲା ।
ପରିଷଦ ଦ୍ଵାରା ପ୍ରକାଶିତ -ହେରିଟେଜ ପ୍ରେସେସ ଇନ ପୁରୀ ଶୀର୍ଷକ ପୁସ୍ତିକା ଉନ୍ମଚନ ହୋଇଥିଲା।ମହିପ୍ରକାଶ ମଠ ସ୍ୱାମୀ ସୁଭାନନ୍ଦ ପୁରୀ କହିଥିଲେ କି ଐତିହ୍ୟ ବିସୟରେ ତଥ୍ୟ ସଂଗ୍ରହ ଜରୁରୀ ,ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମନୁଜ ଦାସ ଏବଂ କଟକି ମଠର ମହନ୍ତ ଡଃ ବିଜୟ ନାରାୟଣ ରାମନୁଜ ଦାସ ପୁରୀର ଲୋପ ପାଇ ଯାଉଥିବା ଐତିହ୍ୟ ର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ବକ୍ତା ପ୍ରଫେସର ବସନ୍ତ କୁମାର ପଣ୍ଡା କହିଥିଲେ ଯେ ପୁରୀକୁ ଆସିଥିବା ସନ୍ଥ,ମହାପୁରୁଷ ଏବଂ ଆଚାର୍ଯ୍ୟ ମାନଙ୍କ ସମ୍ବନ୍ଧରେ ସବିଶେଷ ଆଲୋଚନା ନ କରାଗଲେ ପୁରୀ ର ଐତିହ୍ୟ ବିକାଶର ମୂଳକଥା ଜଣାପଡିବ ନାହିଁ।ପରିଶେଷରେ କୋଣାର୍କ ଐତିହ୍ୟ ପରିଷଦ ର ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।