ପୁରୀ ; (ମନୋଜ କୁମାର ବଳିଆରସିଂ )ଚଳିତ ମାସ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ “ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ” ଏବଂ “ଭାରତ ସଂସ୍କୃତ ଯାତ୍ରା” କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ଫେଷ୍ଟିଭାଲ୍ ଅଫ୍ ଆର୍ଟ ଆଣ୍ଡ କଲଚର ଆଣ୍ଡ ଭାରତ ସଂସ୍କୃତ ଯାତ୍ରାର ମୁଖ୍ୟ ଧ୍ୟାନ ହେଉଛି ଭାରତର ଧାରଣାକୁ ସମସ୍ତଙ୍କ ସହ ଯୋଡିବା । ଏହି ଉତ୍ସବରେ ବିଶ୍ୱର ମନୋନୀତ ଯୁବ କଳାକାରମାନଙ୍କ ସହିତ ଭାରତର ଜଣାଶୁଣା କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ଶାସ୍ତ୍ରୀୟ ସଂଗୀତ, ନୃତ୍ୟ ଏବଂ ଲୋକ ସଂସ୍କୃତି, ଆମର ସମୃଦ୍ଧ ପରମ୍ପରାକୁ ଯୁବକମାନଙ୍କ ମଧ୍ୟରେ ବିସ୍ତାର କରିବା ଏବଂ ଏହିପରି ସମାଜରେ ଶାନ୍ତି ଫେରାଇ ଆଣିବା ।ତେଣୁ  ଏଥିରେ ପ୍ରାୟ ଦେଢ଼ ହଜାର ରୁ ଉର୍ଦ୍ଧ କଳାକାର ଭାଗ ନେଉଥିବା ବେଳେ ସକାଳ ୧୦ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସମସ୍ତ କଳାକାର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହିନ୍ଦୁସ୍ଥାନ ଆର୍ଟ ଆଣ୍ଡ ମ୍ୟୁଜିକ ସୋସାଇଟିର ସଂପାଦକ ପ୍ରସନ୍ନଜିତ୍ ପୋଦାର ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ଲୋବାଲ ପରିଚାଳକ ଗୁରୁ ଡ଼ ଗଜେନ୍ଦ୍ର ପଣ୍ଡା,କନଭେନର ତଥା ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର୍ ର ସଭାପତି ଶ୍ରୀମନ୍ତ କୁମାର ଦାସ,ବିକ୍ରମ ସାହୁ,ସନ୍ଦୀପ ନନ୍ଦୀ ପ୍ରମୁଖ ଯୋଗଦାନ କରିଥିଲେ ।