ପୁରୀ : (ମନୋଜ କୁମାର ବଳିଆରସିଂ )ନରେନ୍ଦ୍ର ମୋଦୀ ସରକାର୍ ହାଣ୍ଡିଶାଳ ଉପରେ ଚଡ଼କ ଆଣି ଗ୍ୟାସ୍ ସିଲିଣ୍ଡର ରେ ୫୦ ଟଙ୍କା ବଢାଇ କମ୍ପାନୀ ମାନଙ୍କ ପକେଟ୍ ଭରିଲେ। ସେପଟେ ଜୀବନ ରକ୍ଷା କାରି ଔଷଧ ଦର ବଢାଇ ଫର୍ମା କମ୍ପାନୀ ମାନଙ୍କ ପାଇଁ ଭଣ୍ଡାର ଖୋଲି ଦେଉଛନ୍ତି। ଦେଶ ର କୋଟି କୋଟି ଲୋକ ବେକାର ବେରୋଜଗାର ଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ର ଦର ବଢି ଚାଲିଛି ତା ଉପରେଅଙ୍କୁଶ ନାହିଁ ଏହା ବୀରୁଧରେ ଆଜି CPIM ପୁରୀ ଜିଲ୍ଲା ତରଫରୁ ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ ସଭା କରାଯାଇଥିଲା।

ଏଥିରେ ସଂପାଦକ ଜଗନ୍ନାଥ ଦେଓ,ସଂପାଦକ ମଣ୍ଡଳୀ ସଭ୍ୟ ଭୀମ ସେନ ସ୍ୱାଇଁ , ଶରତ କୁମାର ରାୟଗୁରୁ, ସୁରେନ୍ଦ୍ର ଜେନା, ବନବାସିନି ମହାପାତ୍ର, କାଶୀନାଥ ବେହେରା, ଗୋବିନ୍ଦ ନାୟକ, ଧନେଶ୍ଵର ସ୍ଵାଇଁ, ଟୁନା ନାୟକ ପ୍ରମୁଖ ଯୋଗ ଦେଇ କହିଲେ ଯେ ତୈଳ କୂ GST ଅନ୍ତ୍ ଭୁକ୍ତ କରାଗଲା ନାହିଁ, ବେପାରୀ ମାନଙ୍କ ଠାରୁ ଏଲେକ୍ଟରା ବଣ୍ଡ ମାଧ୍ୟମରେ ପାର୍ଟି ଚାନ୍ଦା ନେଲେ ସେମାନଙ୍କ ଭଣ୍ଡାର ଭରିବା ପାଇଁ ଦର ଦାମ ବଢି ଚାଲିଥିଲା ବେଳେ ସରକାର୍ ନୀରବ। ଦେଶ ର ସମ୍ପଦ କୁ ଶାଗ ମାଛ ଦର ରେ ସେମାନଙ୍କ ହାତରେ ଟେକି ଦେଉଛନ୍ତି ସରକାର୍।

ଶ୍ରମ ଆଇନି କୁ ସଂଶୋଧନ କରି ମାଲିକ ମାନଙ୍କ ସପକ୍ଷରେ ଶ୍ରମ କୋଡ କଲେ। ଏହା ବିରୁଧରେ ଆସନ୍ତା ମଇ ୨୦ରେ ଦେଶ ବ୍ୟାପି ସାଧାରଣ ଧର୍ମ ଘଟ କୁ ଶ୍ରମିକ କୃଷକ୍ ବେକାର ଐକ୍ୟ ବଧ ହୋଇ ସଫଳ କରିବାକୁ କହିଥିଲେ ।